www.samajalive.in
Monday, December 8, 2025
14.1 C
Bhubaneswar

ପୁଣି ବିବାଦରେ ମହୁଆ ମୈତ୍ର; ପୂର୍ବତନ ପ୍ରେମିକଙ୍କ ଉପରେ ନଜର ରଖୁଥିବା ଅଭିଯୋଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସାଂସଦ ମହୁଆ ମୈତ୍ର ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହେବା ପରେ ଏବେ ଏକ ନୂଆ ବିବାଦରେ ଫସିଛନ୍ତି। ଯେଉଁ ବ୍ୟକ୍ତି ସାଂସଦ ମୈତ୍ରଙ୍କ ବିରୋଧରେ ପ୍ରଶ୍ନ ବଦଳରେ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ, ସେ ଏଥର ମହୁଆ ମୈତ୍ରଙ୍କ ବିରୋଧରେ ପଶ୍ଚିମବଙ୍ଗ ପୁଲିସ ସହାୟତାରେ ବେଆଇନ ତଦାରଖ କରିବା ନେଇ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇ ମହୁଆଙ୍କ ନିଜ ପୂର୍ବତନ ପ୍ରେମିକଙ୍କ ଉପରେ ବେଆଇନ ଭାବେ ନଜର ରଖୁଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଡିସେମ୍ବର ୨୯ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସିବିଆଇ ନିର୍ଦେଶକ ପ୍ରବୀଣ ସୁଦ୍‌ଙ୍କୁ ଏକ ପତ୍ର ଲେଖିଛନ୍ତି।

ସେ କହିଛନ୍ତି ଯେ, ଟିଏମସି ସାଂସଦ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ତାଙ୍କ ଫୋନ୍‌ ନମ୍ବର ଜରିଆରେ ଟ୍ରାକ୍‌ କରୁଛନ୍ତି। ଏଥିସହ ସେ ପଶ୍ଚିମବଙ୍ଗ ପୁଲିସର କିଛି ବରିଷ୍ଠ ଅଧିକାରୀଙ୍କ ସହାୟତାରେ କଲ୍‌ ଡିଟେଲ୍‌ ରେକର୍ଡ଼ ହାସଲ କରିଛନ୍ତି। ଜୟ ଅନନ୍ତ ଦେହାଦ୍ରାଇ କହିଛନ୍ତି, ମୁଁ ସିବିଆଇ ନିକଟରେ ମୋ ଅଭିଯୋଗ ଦାଖଲ କରିଛି। ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ଏବଂ ଏଥିରେ ଓଡ଼ିଶାର କିଛି ଲୋକ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି, ଯାହା ବିରୋଧରେ ମୁଁ ମାମଲା ଦାୟର କରିଛି। ଏହା ଏକ ବିପଜ୍ଜନକ ଲଢେଇ, କିନ୍ତୁ ମୁଁ ପଛକୁ ହଟିବିନି।

- Advertisement -

ଦେହାଦ୍ରାଇ ତାଙ୍କ ଚାର୍ଜସିଟରେ କହିଛନ୍ତି ଯେ, ମହୁଆ ମୈତ୍ର ୨୦୧୯ରେ ସୁହାନ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତିଙ୍କୁ ଟ୍ରାକ୍‌ କରୁଥିଲେ। ସେ କହିଛନ୍ତି, ‘ମହୁଆ ମୋତେ ମୌଖିକ ଏବଂ ଲିଖିତ ଭାବରେ କହିଥିଲେ ଯେ ସେ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ଟ୍ରାକ୍‌ କରୁଥିଲେ, କାରଣ ସେ ଜଣେ ଜର୍ମାନ ମହିଳାଙ୍କ ସହ ସମ୍ପର୍କ ରଖିଥିବାର ମହୁଆ ସନ୍ଦେହ କରୁଥିଲେ। ସୁପ୍ରିମକୋର୍ଟ ଓକିଲ ତାଙ୍କ ପତ୍ରରେ କିଛି ଚାଟ୍‌ ଓ ସ୍କ୍ରିନ୍‌ସଟ୍‌ ମଧ୍ୟ ସଂଲଗ୍ନ କରିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories