ଗ୍ରାହକଙ୍କୁ ଦଶହରା ଭେଟି ଦେଲା ମହିନ୍ଦ୍ରା, ଆରମ୍ଭ ହେଲା ବିକ୍ରି

ନୂଆଦିଲ୍ଲୀ : ମହିନ୍ଦ୍ରା ଆଜିଠୁ ଥାର୍ ରକ୍ସର ଡେଲିଭରୀ ଆରମ୍ଭ କରିଦେଇଛି । ମହିନ୍ଦ୍ରା ପାର୍ବଣ ଋତୁରେ ଥାର୍ ରକ୍ସର ଡେଲିଭରୀ ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା । କମ୍ପାନୀ କହିଥିଲା କି ଦଶହରାରେ ଏହାର ଡେଲିଭରୀ ଆରମ୍ଭ ହେବ । ଥାର୍ ରକ୍ସ ଲଞ୍ଚର ମାତ୍ର ଘଣ୍ଟାଏ ପୂର୍ବରୁ ୧,୭୬,୨୧୮ ବୁକିଂ ମିଳିଥିଲା । ଏହା ସ୍ପଷ୍ଟ କରୁଛି କି ଲୋକେ ଏହି ଏସୟୁଭିକୁ କେତେ ପସନ୍ଦ କରୁଛନ୍ତି । ନଭେମ୍ବରରେ ଥାର୍ ରକ୍ସର ଉତ୍ପାଦନ ୭୫୦୦ ୟୁନିଟ୍ ପର୍ଯ୍ୟନ୍ତ ବଢାଯାଇପାରେ ।

ଏହାର ପେଟ୍ରୋଲ ମଡେଲର ପ୍ରାରମ୍ଭିକ ଦାମ୍ ୧୨.୯୯ ଲକ୍ଷ(ଏକ୍ସ-ଶୋରୁମ୍) ଟଙ୍କା ଏବଂ ଡିଜେଲ ମଡେଲର ଦାମ୍ ୧୩.୯୯ ଲକ୍ଷ ଟଙ୍କା । ଥାର୍ ରକ୍ସରେ ଅନେକ ସେଫ୍ଟି ଫିଚର୍ସ ରହିଛି । ଏଥିରେ ଏଲଇଡି ପ୍ରୋଜେକ୍ଟର ହେଡଲାଇଟ୍ସ, ଏଲଇଡି ଟେଲ୍ ଲ୍ୟାମ୍ପ ଓ ୧୮ ଇଞ୍ଚର ଷ୍ଟିଲ୍ ହ୍ବିଲ୍ ମିଳିଥାଏ । ଗାଡିରେ ୬ ଏୟାରବ୍ୟାଗ୍, ରିୟର ପାର୍କିଂ ସେନ୍ସର, ଇବିଡି ସହିତ ଏବିଏସ୍ ମିଳିବ । ଏହାର ସିଧା ମୁକାବିଲା ମାରୁତି ଜିମ୍ନୀ ସହିତ ହେବ ।

Comments are closed.