www.samajalive.in
Monday, December 15, 2025
24.1 C
Bhubaneswar

ଜେସପିଏଲ ଫାଉଣ୍ଡେସନ ମହାତ୍ମା ପୁରସ୍କାରରେ ସମ୍ମାନିତ

ନୂଆଦିଲ୍ଲୀ / ଭୁବନେଶ୍ୱର : କୋଭିଡ ମହାମାରୀ ମୁକାବିଲା ପାଇଁ ବହୁମୁଖୀ ସାମାଜିକ କାର୍ୟ୍ୟକ୍ରମ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନକୁ ସମ୍ମାନଜନକ ମହାତ୍ମା ପୁରସ୍କାରରେ ସମ୍ମାନିତ କରାଯାଇଛି । ପୁଡୁଚେରୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡ କିରଣ ବେଦୀ ଅକ୍ଟୋବର ୧ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଜେଏସପିଏଲର ପ୍ରେସିଡେଣ୍ଟ ତଥା ଗୃପ ସିଏସ୍ଆର୍ ମୁଖ୍ୟ ପ୍ରଶାନ୍ତ କୁମାର ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା  ଶାଲୁ ଜିନ୍ଦଲ କହିଛନ୍ତି ଯେ,ଲଗାତାର ତିନି ବର୍ଷ  ‘ମହାତ୍ମା ପୁରସ୍କାର’ ଜିତିବା ପାଇଁ ଜେଏସପିଏଲ ଫାଉଣ୍ଡେସନକୁ ହାର୍ଦ୍ଦିକ ଅଭିନନ୍ଦନ।  କୋଭିଡ ମହାମାରୀର ମୁକାବିଲା ପାଇଁ ଜେଏସପିଏଲ ଫାଉଣ୍ଡେସନର ବହୁମୁଖୀ ପଦକ୍ଷେପକୁ ସ୍ୱୀକୃତି ଦେଇଥିବାରୁ ମୁଁ ସମସ୍ତ ବିଚାରକଙ୍କୁ କୃତଜ୍ଞତା ଜଣାଉଛି।

- Advertisement -

କୋଭିଡ ମହାମାରୀର ମୁକାବିଲା ନିମନ୍ତେ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ଲୋକଙ୍କ ଚିକିତ୍ସା ସୁବିଧା ପାଇଁ ଜେଏସପିଏଲ ଏବଂ ଜେଏସପିଏଲ ଫାଉଣ୍ଡେସନ୍ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଥିଲା । ଜେଏସପିଏଲ ପକ୍ଷରୁ ୧୩ରୁ ଅଧିକ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ପ୍ରାୟ ୫୦୦୦ ଟନ୍ ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା । ମହାମାରୀର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ଜେଏସପିଏଲ ଫାଉଣ୍ଡେସନ୍ ଦ୍ଵାରା ଓଡିଶା, ଝାଡଖଣ୍ଡ, ଛତିଶଗଡ, ନୂଆଦିଲ୍ଲୀ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ରନ୍ଧା ଖାଦ୍ୟ ଏବଂ ଶୁଖିଲା ରାସନ ଯୋଗା ଦିଆଯାଇଥିଲା ।

କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ କମ୍ପାନୀ ଏହାର ଛତିଶଗଡର ରାୟଗଡ ଏବଂ ତାମନାରରେ ଥିବା ଫର୍ଟିସ୍ ଓପି ଜିନ୍ଦଲ ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରରେ ୩୦୨ ଶଯ୍ୟା ବ୍ୟବସ୍ଥା କରିଛି । ଓଡିଶାରେ କମ୍ପାନୀ ଜୁନ ୨୦୨୧ ରେ ୨୭୦ ଅମ୍ଳଜାନ ସମର୍ଥିତ ଶଯ୍ୟା ସହିତ ଅନୁଗୁଳରେ ଏକ କୋଭିଡ କେୟାର ସେଣ୍ଟର ନିର୍ମାଣ କରିଥିଲା, ଯେଉଁଥିରେ ଭେଣ୍ଟିଲେଟର ସହିତ ପାଞ୍ଚଟି ଆଇସିୟୁ ବେଡ୍ ମଧ୍ୟ ଅନ୍ତର୍ଭୁକ୍ତ । ଲୋକମାନଙ୍କ ମଧ୍ୟରେ ମାସ୍କ, ସାନିଟାଇଜର ଏବଂ ହାତ ଧୋଇବା ସାମଗ୍ରୀ ବଣ୍ଟନ କରିବା ସହିତ କୋଭିଡର ପ୍ରତିରୋଧ ଏବଂ ଚିକିତ୍ସା, ଟୀକାକରଣ, ଉପରେ ଏକ ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ମଧ୍ୟ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ କରାଯାଉଛି ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories