www.samajalive.in
Sunday, December 7, 2025
13.1 C
Bhubaneswar

ମହାଶିବରାତ୍ରୀ .. ପ୍ରଭୁଙ୍କୁ ଏହି ଜିନିଷ ଅର୍ପଣ କଲେ ପୂରଣ ହୁଏ ମନସ୍କାମନା

ହିନ୍ଦୁଧର୍ମରେ ଅନେକ ପର୍ବପର୍ବାଣୀର ବିଶେଷ ମହତ୍ତ୍ୱ ରହିଛି। ସେଭଳି ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଶିବରାତ୍ରୀ ଗୋଟିଏ। ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ଶିବଶଙ୍କରଙ୍କୁ ପୂଜା କରିବା ସମୟରେ ଗଙ୍ଗାଜଳ, କ୍ଷୀର ଓ ପଞ୍ଚାମୃତ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ୧୮ ଫେବ୍ରୁଆରୀ ୨୦୨୩ ଶନିବାର।

ଧାର୍ମିକ ମାନ୍ୟତାନୁଯାୟୀ, ମହାଶିବରାତ୍ରୀ ଦିନ ଭଗବାନ ଶଙ୍କରଙ୍କ ଉପାସନା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି। ଜାଣନ୍ତୁ କିଛି ବିଶେଷ ଉପାୟ ବିଷୟରେ..
ଭଗବାନ ଶଙ୍କରଙ୍କୁ କ୍ଷୀର ଖୁବ ପ୍ରିୟ। ଏହି କାରଣରୁ ମହାଶିବରାତ୍ରୀ ଦିନ ପ୍ରଭୁଙ୍କ ପୂଜାରେ ଗାଈ କ୍ଷୀର ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଶନିଦେବ ଶାନ୍ତ ହୋଇଥାଆନ୍ତି।

- Advertisement -

ଏହି ଦିନ ପ୍ରଭୁଙ୍କୁ ଗଙ୍ଗାଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଅନେକ ଗ୍ରହଙ୍କ ପ୍ରଭାବ ଦୂର ହେବା ସହ ଶୁଭଫଳ ମିଳିଥାଏ। ଶନି ଦୋଷରୁ ମୁକ୍ତି ମିଳିଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମହାଶିବରାତ୍ରୀରେ ପ୍ରଭୁଙ୍କୁ ଦହି ଅର୍ପଣ କରିବା ଦ୍ୱାରା ଶନିଙ୍କ ଶୁଭଫଳ ପ୍ରାପ୍ତି ହୋଇଥାଏ।

ମହାଶିବରାତ୍ରୀରେ ପ୍ରଭୁଙ୍କୁ ଶୁଦ୍ଧ ମହୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ମହାଶିବରାତ୍ରୀରେ ଭଗବାନ ଶଙ୍କରଙ୍କୁ ଭାଙ୍ଗ, ବେଲପତ୍ର, ଦୁଦୁରା ଫୁଲ, ବେଲ ଆଦିରେ ପୂଜା କରି ଅର୍ପଣ କରନ୍ତୁ। ଏହି ସମସ୍ତ ଜିନିଷ ଭଗବାନଙ୍କୁ ଖୁବ ପ୍ରିୟ। ଏହା ଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories