www.samajalive.in
Saturday, December 13, 2025
27.1 C
Bhubaneswar

ମହାରାଷ୍ଟ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅକୁ ଉତ୍ପୀଡ଼ନ: ଥାନାରେ ମାମଲା, ଜଣେ ଗିରଫ

ମୁମ୍ବଇ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍‌ସେଙ୍କ ନାବାଳିକା ଝିଅ ଓ ତାଙ୍କର ସାଥୀଙ୍କୁ କେତେକ ଯୁବକ ହଇରାଣ ହରକତ ପୂର୍ବକ ଉତ୍ପୀଡନ ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ମହାରାଷ୍ଟ୍ରର ଜଲଗାଓଁରେ ଆୟୋଜିତ ସନ୍ଥ ମୁକ୍ତାଇ ଯାତ୍ରା ସମୟରେ ମନ୍ତ୍ରୀଙ୍କ ଝିଅକୁ ଏପରି ଯୌନ ଉତ୍ପୀଡନ ଦିଆଯାଇଥିଲା। ଏ ସମ୍ପର୍କରେ ମନ୍ତ୍ରୀ ଖଡସେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁଯାୟୀ ଅପରାଧ ପୃଷ୍ଠଭୂମି ଥିବା କେତେକ ଯୁବକ ମନ୍ତ୍ରୀଙ୍କ ଝିଅକୁ ଉତ୍ପୀଡନ ଦେଇଛନ୍ତି। ଏହି ଅପରାଧୀମାନେ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେବା ଗୋଷ୍ଠୀର ବିଧାୟକ ଚନ୍ଦ୍ରକାନ୍ତ ପାଟିଲଙ୍କ ସହିତ ଜଡିତ। କେନ୍ଦ୍ରମନ୍ତ୍ରୀଙ୍କ ଝିଅକୁ ଉତ୍ପୀଡନ ଦିଆଯିବା ଘଟଣାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୁକ୍ତ ଯେତେ ପ୍ରଭାବଶାଳୀ​‌ ହେଲେ ମଧ୍ୟ ତାଙ୍କୁ କ୍ଷମା କରାଯିବ ନାହିଁ। ଯାତ୍ରାରେ ଗୋଟିଏ ଦଳର କେତେକ କର୍ମକର୍ତ୍ତା ସାମିଲ ଥିଲେ ସେମାନେ ଏହି ଘଟଣା ଘଟାଇଛନ୍ତି। ପୁଲିସ ମାମଲା ରୁଜୁ କରିବା ସହିତ ଜଣଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ ଶୁକ୍ରବାର ମୁକ୍ତାଇନଗର ତହସିଲ୍‌ର କୋଥାଲି ଗ୍ରାମରେ ଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ମନ୍ତ୍ରୀଙ୍କ ଝିଅ ଓ ତାଙ୍କ ତିନି ସାଙ୍ଗ ସାମିଲ ଥିଲେ। ସେମାନଙ୍କୁ କେତେକ ଯୁବକ ହଇରାଣ ହରକତ୍ କରିଥିଲେ। ଅଭିଯୋଗ ଆଧାରରେ ପୋକ୍‌ସୋ ଆଇନ ଓ ସୂଚନା ପ୍ରଯୁକ୍ତି ଆଇନ ଅନୁଯାୟୀ ୭ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଧରିବା ଲାଗି ତିନିଟି ଟିମ୍ ଗଠନ କରାଯାଇଛି ବୋଲି ପୁଲିସ ଅଧିକାରୀ କହିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories