www.samajalive.in
Thursday, December 11, 2025
18.1 C
Bhubaneswar

ରାସ୍ତା କଡ଼ରୁ ବାଇକ ସହ ଯୁବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାଜନଗର : ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ କଣି ଛକରୁ ଆଦର୍ଶ ବିଦ୍ୟାଳୟକୁ ଯାଇଥିବା ରାସ୍ତା ପାର୍ଶ୍ବରୁ ଜଣେ ଯୁବକର  ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଯୁବକ ଜଣକ ହେଉଛନ୍ତି ରାଜନଗର ଗାଁର ବସନ୍ତ ମଳିକଙ୍କ ପୁଅ ପର୍ଶୁରାମ ମଳିକ ବୋଲି ଜଣାପଡ଼ିଛି।

ପର୍ଶୁରାମ ରାସ୍ତା କଡରେ ସକାଳୁ ଏକ ଚାଷଜମିରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାସ୍ତା କଡରେ ଭୋର ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପର୍ଶୁରାମଙ୍କ ମୃତଦେହ ବାଇକ ସହ ପଡି ରହିଥିଲା। ଖବର ପାଇ ରାଜନଗର ପୁଲିସ ମୃତଦେହକୁ ଜବତ ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା।

- Advertisement -

ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ପର୍ଶୁରାମ ମଳିକଙ୍କ ମୃତ୍ୟୁ ସନ୍ଦେହ କରାଯାଉଛି।  ତେବେ ଏହା ଏକ ହତ୍ୟାକାଣ୍ଡ କିମ୍ବା ସଡ଼କ ଦୁର୍ଘଟଣା କାରଣ ଅସ୍ପଷ୍ଟ ରହିଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories