www.samajalive.in
Saturday, December 13, 2025
27.1 C
Bhubaneswar

୪୫ ମିନିଟ୍‌ ଅନ୍ଧାର ରହିଲା ରଞ୍ଜନରଶ୍ମି ବିଭାଗ

କଟକ: କଟକ ବଡ଼ ଡାକ୍ତରଖାନା ରଞ୍ଜନରଶ୍ମି ବିଭାଗରେ ରବିବାର ୪୫ ମିନିଟ୍‌ ଧରି ବିଦ୍ୟୁତ୍‌ ବିଭ୍ରାଟ ଦେଖିବାକୁ ମିଳିଥିଲା। ଏଠାରେ ଡିଜି ବ୍ୟବସ୍ଥା ଥାଇ ମଧ୍ୟ ତାହା କାର‌୍ୟ୍ୟକାରୀ ହୋଇନଥିଲା। ଦୂରଦୂରାନ୍ତରୁ ଆସିଥିବା ଶହଶହ ରୋଗୀ ଅନ୍ଧାର ଓ ଗରମରେ ଅପେକ୍ଷା କରି ରହିଥିଲେ। ଯାହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷେ ବୈଷୟିକ ତ୍ରୁଟି ପାଇଁ ଡିଜି ଚାଲି ପାରିନଥିଲା ଏବଂ ବିଦ୍ୟୁତ୍‌ କାଟ ପାଇଁ ଟିପିସିଓଡିଏଲକୁ ରିପୋର୍ଟ ମଗାଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ପୂର୍ବ ଭାରତର ସର୍ବବୃହତ୍‌ ସରକାରୀ ଡାକ୍ତରଖାନା ଭାବେ ପରିଚିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଚିତ। ଏହାକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଅନେକ ଉନ୍ନତିମୂଳକ ପ୍ରକଳ୍ପ ସରକାର ହାତକୁ ନେଉଛନ୍ତି। ହେଲେ ମେଡିକାଲ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ କିଛି କ୍ଷେତ୍ରରେ ରୋଗୀ ସେବା ଠିକ ଭାବେ ହେଉନଥିବା ଅଭିଯୋଗ ହେଉଛି। ରବିବାର ଏଭଳି ଦୃଶ୍ୟ ଏସ୍‌ସିବି ମେଡିକାଲ କଲେଜରେ ଦେଖିବାକୁ ମିଳିଛି। ସକାଳୁ ଅନେକ ରୋଗୀ ବିଭିନ୍ନ ପରୀକ୍ଷା ପାଇଁ ରଞ୍ଜନରଶ୍ମି ବିଭାଗରେ ପହଞ୍ଚିଥିଲେ। ହେଲେ ରଞ୍ଜନରଶ୍ମି ବିଭାଗରେ ପ୍ରାୟ ୪୫ ମିନିଟ୍‌ ଅଲଟ୍ରାସାଉଣ୍ଡ ବନ୍ଦ ରହିଲା। ବିଦ୍ୟୁତ୍‌ କାଟ ହେବା ପରେ ବିକଳ୍ପ ବିଜୁଳି ଯୋଗାଣ ଲାଗି ଡିଜି ବ୍ୟବସ୍ଥା ରହିଛି। ହେଲେ କୌଣସି କାରଣରୁ ଏହା ମଧ୍ୟ କାର‌୍ୟ୍ୟକ୍ଷମ ହୋଇ ପାରିନଥିଲା। ଫଳରେ ଉକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ହୋଇ ଯାଇଥିଲା ଏବଂ ଅଲଟ୍ରାସାଉଣ୍ଡ ସହ ଏକ୍ସ-ରେ ଭଳି ବିଭିନ୍ନ ପରୀକ୍ଷା ବନ୍ଦ ରହିଥିଲା। ସମ୍ପୂର୍ଣ୍ଣ ବିଭାଗ ଅନ୍ଧାର ହେବାରୁ ସେଠାରୁ ରୋଗୀଙ୍କ ସମ୍ପର୍କୀୟ ମୋବାଇଲ ଲାଇଟ ମାରି ବସି ରହିଥିବା ଦୃଶ୍ୟ ନଜରକୁ ଆସିଛି। ଏହି ଘଟଣା ପରେ ଏସ୍‌ସିବି ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଟାଟାପାୱାର-ଗ୍ରୀଡ୍‌କୋ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ଏନେଇ ଏସ୍‌ସିବି କୁଳସଚିବ ସୁବାସ ରାଏ କରିଛନ୍ତି ଟିପିସିଓଡିଏଲ ପକ୍ଷରୁ ଅଧଘଣ୍ଟା ବିଦ୍ୟୁତ୍‌ କାଟ ହୋଇଥିଲା। ଏହି ସମୟରେ ଡିଜି ଚଲାଇବା ଆବଶ୍ୟକ ଥିଲା। ହେଲେ ବୈଷୟିକ ତ୍ରୁଟି ପାଇଁ ଏହା କାର‌୍ୟ୍ୟକାରୀ ହୋଇପାରିନଥିଲା। ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ଘଟେ ସେଥିପାଇଁ ଯତ୍ନବାନ ହେବୁ। ଟିପିସିଓଡିଏଲ ଓ ଡାକ୍ତରଖାନା କର୍ମଚାରୀଙ୍କୁ ଏଥିପାଇଁ ରିପୋର୍ଟ ମଗାଯାଇଛି ବୋଲି ଶ୍ରୀ ରାଏ କହିଛନ୍ତି। ତେବେ କଟକ ବଡ଼ ଡାକ୍ତରଖାନାରେ ଏଭଳି ଘଟଣା ପ୍ରଥମ ନୁହେଁଟ୍ଟ ପୂର୍ବରୁ ମଧ୍ୟ ବିଭିନ୍ନ ବିଭାଗରେ ଅନ୍ଧାରରେ ରୋଗୀ ଚିକିତ୍ସା ଠାରୁ ଆରମ୍ଭ କରି ଅସ୍ତ୍ରୋପଚାର କରାଯାଇଥିବା ନଜର ରହିଛି। ହେଲେ ଦୀର୍ଘ ଦିନର ସମସ୍ୟାର ସ୍ଥାୟୀ ସମାଧାନ ବିଶ୍ବସ୍ତରୀୟ ହେବାକୁ ଥିବା ଡାକ୍ତରଖାନା ପାଖରେ ନଥିବା ବିଡ଼ମ୍ବନାର ବିଷୟ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories