www.samajalive.in
Tuesday, December 9, 2025
15.1 C
Bhubaneswar

ଚର୍ଚ୍ଚାରେ ମାହାଙ୍ଗା ବିଧାୟକଙ୍କ ବିବାହ

ଭୁବନେଶ୍ୱର: କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସ୍ବାଧୀନ ବିଧାୟକ ସାରଦାପ୍ରସାଦ ପ୍ରଧାନ ଓରଫ ବୁଲୁ (୪୬) ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଓଏଏସ ଅଧିକାରୀ ସିପ୍ରା ପ୍ରିୟଦର୍ଶିନୀ ଓରଫ ମାମୁନି (୨୭)ଙ୍କ ହାତ ଧରିଛନ୍ତି। ରାଜସ୍ଥାନ ଜୟପୁରରେ ଉଭୟ ପରିବାରର ସଦସ୍ୟ ଓ କିଛି ହାତଗଣତି ଅତିଥିଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି। ତାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
୨୦୨୪ ନିର୍ବାଚନରେ ସାରଦା ବିଜେପିରୁ ଟିକଟ ନ ପାଇ ସ୍ବାଧୀନଭାବେ ନିର୍ବାଚନ ଲଢିଥିଲେ। ସେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତପ୍ରତାପଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ସ୍ବାଧୀନ ଭାବେ ବିଜୟୀ ହୋଇଥିଲେ ମଧ୍ୟ ପରେ ସେ ବିଜେପିକୁ ନିଃସର୍ତ୍ତ ସମର୍ଥନ ଜଣାଇଥିଲେ। ସାରଦାଙ୍କ ଜୀବନସାଥୀ ହୋଇଥିବା ପ୍ରିୟଦର୍ଶିନୀଙ୍କ ଘର କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗ୍ରାମର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର‌୍ୟ୍ୟ କରୁଥିଲେ। ୨୦୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାରେ କୃତକାକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories