ଖୁବଶୀଘ୍ର ମହାରାଷ୍ଟ୍ରର କେତେକ କଂଗ୍ରେସ ଏବଂ ଏନସିପି ବିଧାୟକ ବିଜେପିରେ ଯୋଗଦେବେ: ଚନ୍ଦ୍ରକାନ୍ତ ପାଟିଲ
ମୁମ୍ବଇ : ମହାରାଷ୍ଟ୍ରର କେତେକ କଂଗ୍ରେସ ଏବଂ ଏନସିପି ବିଧାୟକ ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି। ସେମାନେ ଆମ ସହ ଯୋଗାଯୋଗରେ ଅଛନ୍ତି। ଆସନ୍ତା ସପ୍ତାହେ କିମ୍ବା ୧୦ ଦିନ ମଧ୍ୟରେ କଂଗ୍ରେସ ଏବଂ ଏନସିପି ବିଧାୟକମାନେ ନିଜ ଦଳ ତ୍ୟାଗ କରି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେବେ ବୋଲି ଗୁରୁବାର ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି।
ଅପରପକ୍ଷରେ ଏନସିପି ଅଭିଯୋଗ କରିଛି ଯେ ବିରୋଧୀ ଦଳରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ବିଜେପି ଏପରି କହୁଛି। ବିଜେପିରେ ଯୋଗଦେବାକୁ ଥିବା କଂଗ୍ରେସ ଏବଂ ଏନସିପି ବିଧାୟକ ନାମ ଚନ୍ଦ୍ରକାନ୍ତ ପ୍ରକାଶ କରିନାହାନ୍ତି। ଏବେଠୁ ନାମ ଜଣାପଡିଗଲେ ମଜା ରହିବ ନାହିଁ ବୋଲି ସେ କହିଛନ୍ତି। ଏପରିକି ମହାରାଷ୍ଟ୍ର କଂଗ୍ରେସର ୫ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟରୁ ଜଣେ ବିଜେପିରେ ସାମିଲ ହେବେ ବୋଲି ସେ ସଂକେତ ଦେଇଛନ୍ତି।
ପ୍ରକାଶ ଯେ ଗତ ଶନିବାର ବାଲାସାହେବ ଥୋରାଟଙ୍କୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ, ନୀତୀନ ରାୱତ, ବାସଭରାଜ ଏମ ପାଟିଲ, ବିଶ୍ୱଜିତ କଦମ, ଯଶୋମତି ଚନ୍ଦ୍ରକାନ୍ତ ଠାକୁର ଏବଂ ମୁଜଫର ହୁସେନଙ୍କୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି।
Comments are closed.