ବୁଲଦାଣା ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ବୁଲଦାଣା ଜିଲାରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ୨୫ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ବୁଲଦାଣା ବସ ଦୁର୍ଘଟଣା ପରେ ପିଏମଓ ଟୁଇଟ କରିଛନ୍ତି ଯେ, ବସ ଦୁର୍ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ । ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ମୃତକଙ୍କ ପରିବାର ସହିତ ଅଛି। ଏହା ସହିତ ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଭାବିତ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଯାଉଛି।
Deeply saddened by the devastating bus mishap in Buldhana, Maharashtra. My thoughts and prayers are with the families of those who lost their lives. May the injured recover soon. The local administration is providing all possible assistance to the affected: PM @narendramodi
— PMO India (@PMOIndia) July 1, 2023
Comments are closed.