nua o banner

ମହାରାଷ୍ଟ୍ରରେ ମୂଷା ମରା ଦୁର୍ନୀତି

BSKY banner  750×100
0

ମୁମ୍ବଇ : ମହାରାଷ୍ଟ୍ରରେ ଏକ ନୂଆ ଦୁର୍ନୀତି ପଦାକୁ ଆସିଛି । ଏହି ନୂଆ ଦୁର୍ନୀତି ଅଭିଯୋଗ ରାଜ୍ୟ ମନ୍ତ୍ରଣାଳୟଦ୍ୱାରା ମୂଷା ମରା ଅଭିଯାନକୁ ନେଇ ହୋଇଛି । ମହାରାଷ୍ଟ୍ର ମନ୍ତ୍ରଣାଳୟରେ ମୂଷାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ମୂଷା ମରା ପାଇଁ ଏକ କମ୍ପାନୀକୁ ଠିକା ଦିଆଯାଇଥିଲା । ଏହି କମ୍ପାନୀ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୩ ଲକ୍ଷ ୧୪ ହଜାର ମୂଷା ମାରିଥିବା ଦାବି କରିଛି । ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖାଡସେ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଖାଡସେ ଏହା ଏକ ଦୁର୍ନୀତି ବୋଲି ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି । ଖାଡସେ ବିଧାନସଭାରେ କହିଛନ୍ତି ଯେ ଯେଉଁ କମ୍ପାନୀକୁ ୩,୧୯,୪୦୦ ମୂଷା ମାରିବା ପାଇଁ ଠିକା ଦିଆଯାଇଥିଲା; ସେ କେମ୍ପାନୀ ମାତ୍ର ୭ ଦିନରେ କେମିତି ୩ ଲକ୍ଷରୁ ଅଧିକ ମୂଷା ମାରିଦେଲା । ମୁମ୍ବଇର ବିଏମ୍‌ସି ଦୁଇ ବର୍ଷରେ ୬ ଲକ୍ଷ ମୂଷା ମାରିଥିଲା। ଏବେ ମନ୍ତ୍ରଣାଳୟ ମାତ୍ର ୭ ଦିନରେ ୩ ଲକ୍ଷରୁ ଅଧିକ ମୂଷା ମାରିଦେଇଛି । ମନ୍ତ୍ରଣାଳୟକୁ ୬ ମାସରେ ଯେଉଁ କାମ କରିବାକୁ ଥିଲା ତାହା ମାତ୍ର ୭ ଦିନରେ କେମିତି ଶେଷ ହୋଇଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଅଧିକ ତଥ୍ୟ ଦେଇ କହିଛନ୍ତି ଯେ ମୂଷା ମରା କମ୍ପାନୀର ଦାବି ଅନୁସାରେ ପ୍ରତିଦିନ ୪୫,୬୨୮.୫୭ ମୂଷା ମରାଯାଇଛି । ଅର୍ଥାତ କମ୍ପାନୀ ପ୍ରତି ମିନିଟରେ ୩୧ରୁ ଅଧିକ ମୂଷା ମାରିଛି । ପ୍ରତିଦିନ ମୃତ ମୂଷାଙ୍କ ଓଜନ ପ୍ରାୟ ୯,୧୨୫.୭୧ କିଲୋ ହେବ । ତେଣୁ ମନ୍ତ୍ରଣାଳୟରୁ ମୂଷାଙ୍କୁ ନେବା ପାଇଁ ପ୍ରତିଦିନ ଟ୍ରକ୍‌ ଆବଶ୍ୟକ ପଡୁଥିବ । ମୃତ ମୂଷାଙ୍କୁ କେଉଁଠି ଫିଙ୍ଗାଗଲା କି ପୋତାଗଲା କମ୍ପାନୀ ସେ ବିଷୟରେ କିଛି କହିନାହିଁ । ଏହି ଦୁର୍ନୀତିର ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

Leave A Reply