www.samajalive.in
Monday, December 15, 2025
17.1 C
Bhubaneswar

ମହାନଦୀ ଜଳ ବିବାଦ ମାମଲା: ତଥ୍ୟପ୍ରମାଣ ସତ୍ୟପାଠ ଦାଖଲ କରିବେ ଓଡ଼ିଶା, ଛତିଶଗଡ଼

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଉଭୟ ଓଡ଼ିଶା ଓ ଛତିଶଗଡ଼଼ ତଥ୍ୟପ୍ରମାଣ ସତ୍ୟପାଠ (ଏଭିଡ଼େନ୍ସ ଆଫିଡ଼େଭିଟ) ଦାଖଲ କରିବାକୁ ମହାନଦୀ ଜଳ ବିବାଦ ଟ୍ରାଇବୁନାଲ ନିର୍ଦେଶ ଜାରି କରିଛନ୍ତି। ଟ୍ରାଇବୁନାଲଙ୍କ ନିର୍ଦେଶ ଅନୁଯାୟୀ ଉଭୟ ରାଜ୍ୟ ଏପ୍ରିଲ ୨୩ ସୁଦ୍ଧା ତଥ୍ୟପ୍ରମାଣ ସତ୍ୟପାଠ ଦାଖଲ କରିବେ। ସେହିପରି ଅଦ୍ୟାବଧି କମନ ଇନଫମସେନ ଫର୍ମାଟ ଚୂଡ଼ାନ୍ତ ସରିନଥିବାରୁ ଅତିରିକ୍ତ ସତ୍ୟପାଠ ଜରିଆରେ ଉଭୟ ରାଜ୍ୟ ତଥ୍ୟ ଓ ଦସ୍ତାବିଜ ଉପସ୍ଥାପନ ନିମନ୍ତେ ଟ୍ରାଇବୁନାଲ ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଠାରୁ ଅଧିକ ତଥ୍ୟ ଲାଗି ଉଭୟ ରାଜ୍ୟ ତରଫରୁ ଆଗତ ଆବେଦନର ବିଚାର କରି ଟ୍ରାଇବୁନାଲ ଅଧ୍ୟକ୍ଷ ଏ ଏମ ଖାଣ୍ଡିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଜବାବ ତଲବ କରିଥିଲେ। ତେବେ କ’ଣ ପାଇଁ ଅଧିକ ତଥ୍ୟ ଆବଶ୍ୟକ ସେହି ବିଷୟରେ ଓଡ଼ିଶା ଓ ଛତିଶଗଡ଼଼ ରାଜ୍ୟ ସରକାର ସତ୍ୟପାଠ ଜରିଆରେ କାରଣ ସ୍ପଷ୍ଟ କରିବାକୁ ଟ୍ରାଇବୁନାଲ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦କୁ ଧାର୍ଯ୍ୟ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories