www.samajalive.in
Saturday, December 13, 2025
21.1 C
Bhubaneswar

ଆଜି ଜିଲା ପରିଷଦ ନିର୍ବାଚନ, କୋରାପୁଟ ଅଧ୍ୟକ୍ଷା ପାଇଁ ସ୍ମିତାଙ୍କ ଚୂଡାନ୍ତ !

ଲକ୍ଷ୍ମୀପୁର : କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷା ପାଇଁ ଆଜି ହେବ ନିର୍ବାଚନ । ଶାସକ ବିଜୁଜନତା ଦଳ ପ୍ରାର୍ଥୀ ମାନେ ୧୬ ପରିଷଦରେ ଜିତିଛନ୍ତି, ସେହି ପରି କଂଗ୍ରେସ ୧୨ ଓ ପଟ୍ଟାଙ୍ଗି ବ୍ଲକରେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ହରାଇ କୋଟିଆ ଅଞ୍ଚଳର ଜଣେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷା ପଦବୀଟି ଅନୁସୂଚିତ ମହିଳା ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏହି ପଦବୀରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନସ୍ଥ ବନ୍ଧୁଗାଁ ବ୍ଲକର ସସ୍ମିତା ମେଲେକାଙ୍କ ନାମ ପ୍ରାୟତଃ ଚୂଡାନ୍ତ ହୋଇସାରିଛି । କେବଳ ଔପଚାରିକ ଭାବେ ସେ ପ୍ରାର୍ଥୀ ପତ୍ର ଦାଖଲ କରିବା ସହିତ ନିର୍ବାଚିତ ହେବ ଟା ବାକି ବୋଲି ଦଳର ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ପୂର୍ବାହ୍ଣ ସାଢ଼େ ଦଶଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories