ମସ୍କୋ: ୟୁକ୍ରେନ୍ ଅଭିଯାନରେ ବିପୁଳ କ୍ଷତି ପାଇଁ ଉତ୍କ୍ଷିପ୍ତ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନିଜ ସେନାର ୮ ଜେନେରାଲଙ୍କୁ ବହିଷ୍କାର କରିଛନ୍ତି। ସେମାନଙ୍କ ବିଫଳତା ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ପୁତିନ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ଡାଲିନୋଭ ଦାବି କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ସହିତ ରୁଷିଆ ଏହାର ରଣନୀତିରେ ପରିବର୍ତ୍ତନ କରିଥିବା ଓଲେକ୍ସି କହିଛନ୍ତି। ୟୁକ୍ରେନ୍ ଏମିତି ସଂଘବଦ୍ଧ ଓ ଯୋଜନାବଦ୍ଧ ଭାବେ ଲଢ଼େଇ କରିବ ବୋଲି ରୁଷିଆ ବିଶ୍ବାସ କରିପାରି ନ ଥିଲା। ପୁନଶ୍ଚ ସମ୍ପୃକ୍ତ ଜେନେରାଲମାନେ ପୁତିନଙ୍କୁ ଭୁଲ୍ ସୂଚନା ଦେଇଥିବା ସନ୍ଦେହ କରାଯାଉଛି। ସେଥିପାଇଁ ୟୁକ୍ରେନ୍ ଅଭିଯାନ କଷ୍ଟସାଧ୍ୟ ହୋଇପଡ଼ିଲା ବୋଲି ପୁତିନ ମନେ କରୁଛନ୍ତି। ଆଗକୁ ସେ ନିଜ ସେନାଧିକାରୀଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଶଙ୍କା ରହିଥିବା ଓଲେକ୍ସି ଦାବି କରିଛନ୍ତି।
Popular Categories



