ଭୁବନେଶ୍ୱର: କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁଜରାଟର ରାଜକୋଟ୍ସ୍ଥିତ ଆର. କେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଅଫ୍ ସାଇନ୍ସ(ଡିଏସି) ଡିଗ୍ରୀ ପ୍ରଦାନ କରାଯାଇଛି। ଶନିବାର ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟସେବା ଓ ଗ୍ରାମ୍ୟ ବିକାଶ ମାଧ୍ୟମରେ ଶିଶୁଙ୍କ ସଶକ୍ତୀକରଣ ବିଶେଷକରି ଜନଜାତି ଶିଶୁଙ୍କ ସଶକ୍ତୀକରଣ କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ନିରବଚ୍ଛିନ୍ନ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନସୂଚକ ଡିଗ୍ରୀ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୪୮ତମ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ। କନ୍ଧମାଳରେ ଥିବାରୁ ଶ୍ରୀ ସାମନ୍ତ ଏହି ସମ୍ମାନସୂଚକ ଡକ୍ଟରେଟ୍ ଅନ୍ଲାଇନ୍ ଗ୍ରହଣ କରିଥିଲେ। ଏଥିରେ ଶ୍ରୀ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଆର କେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଖୋଦିଦାସ ପଟେଲ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।
Popular Categories



