ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ବିଜେଡିର ସମାଲୋଚନା

0

କଟକ: ମହାନଦୀ ପ୍ରସଙ୍ଗରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ କଡା ଜବାବ ଦେଇଛି ବିଜେଡି । ମଙ୍ଗଳବାର ମହାନଦୀକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ରଖିଥିବା ବିବାଦୀୟ ମନ୍ତବ୍ୟର ଜବାବ ରଖିଛି ବିଜେଡି । ସମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି କହିଛି ରମଣ ସିଂଙ୍କ ଏଭଳି ବିବୃତି ରାଜନୈତିକ କ୍ଷେତ୍ରରେ ଏକ ସଂକୀର୍ଣ୍ଣ ମାନସିକତା ପରିଚୟ ଦେଉଛି। ମହାନଦୀ ସମସ୍ୟା ଓ ମହାନଦୀର ଜଳ ବଣ୍ଟନକୁ ନେଇ ତାଙ୍କର ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ସମ୍ବିଧାନ-ସଂଘୀୟ ବ୍ୟବସ୍ଥାକୁ ସିଧାସଳଖ ଉଲ୍ଲଂଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏପରିକି ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶକୁ ମଧ୍ୟ ଛତିଶଗଡ଼ ସରକାର ବେଖାତିର କରିବା ବାସ୍ତବରେ ଦୁଃଖଦ ଘଟଣା ବୋଲି ବିଜେଡି ପାଲଟା ଜବାବ ରଖିଛି।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଛତିଶଗଡର ମନମାନିକୁ ପ୍ରୋତ୍ସାହିତ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି। ଗତାକାଲି ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଇଗଡରେ ଆୟୋଜିତ ସଭାରେ ମହାନଦୀକୁ ନେଇ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଥିଲେ । ରମଣ କହିଥିଲେ ଯେ ଛତିଶଗଡ ବ୍ୟାରେଜ ନିର୍ମାଣକୁ କେହି ଅଟକାଇ ପାରିବ ନାହିଁ । ଏପରିକି ମହାନଦୀ ପାଣିକୁ ମଧ୍ୟ ମନମୁଖୀ ବ୍ୟବହାର କରିବାର ପରୋକ୍ଷରେ ଧମକ ଦେଇଥିଲେ ରମଣ । ଛତିଶଗଡର ଯେତେ ଆବଶ୍ୟକୀୟ ଜଳ ବ୍ୟବହାର କରିସାରିଛୁ ଆଉ ମଧ୍ୟ ଅଧିକ ଉପଯୋଗ କରିବା ଅବାଶ୍ୟକ ରହିଛି ଏଥିପାଇଁ କୌଣସି କେନ୍ଦ୍ରୀୟ ଜଳ ଆୟୋଗ ଛତିଶଗଡକୁ ଅଟକାଇ ପାରିବ ନାହିଁ ବୋଲି ଦମ୍ଭୋକ୍ତି ରଖିଥିଲେ  ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ । କେବଳ ଏତିକି ନୁହେଁ ଏପରିକି ଗତ ୨୬ ତାରିଖ ଦିନ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ସଭାରେ ମହାନଦୀକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ଦେବାକୁ ମଧ୍ୟ ବିଜେଡି ସମାଲୋଚନା କରିଛି।

Leave A Reply