ଆଜି ଓଡ଼ିଆ ନବବର୍ଷ; ଜାଣନ୍ତୁ କିଛି ବିଶ୍ୱାସର କଥା

ଭୁବନେଶ୍ୱର: ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଆମ ଓଡ଼ିଆ ମାନେ ଖୁବ୍‌ ଉତ୍ସାହର ସହ ଚାହିଁରହିଥାନ୍ତି । କାରଣ ଆଜିର ଦିନକୁ ଓଡ଼ିଆ ନବବର୍ଷ ବୋଲି ପାଳନ କରାଯାଏ । ଓଡିଆ ଜାତି ଓ ଓଡ଼ିଶାର ପ୍ରତ୍ୟେକ ଲୋକ ଆଜିର ଦିନଟିକୁ ନେଇ ଖୁବ୍‌ ଗର୍ବ କରିଥାନ୍ତି । ଆଉ ସମସ୍ତେ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥାନ୍ତି । ହେଲେ ଏହି ନବବର୍ଷକୁ ନେଇ ରହିଛି କିଛି ବିଶ୍ୱାସର କଥା । ଆସନ୍ତୁ ଜାଣିବା..

prayash

ଆଜି ମହାବିଷୁବ ସଂକ୍ରାନ୍ତି ଥିବାରୁ ଭଗବାନ ବିଷ୍ଣୁ ଓ ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଏ । ଶାସ୍ତ୍ର ଅନୁସାରେ ଆଜିର ଦିନରେ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ବିଷ୍ଣୁ ସହସ୍ର ନାମ ପାଠକଲେ ଅନେକ ପୂଣ୍ୟ ପ୍ରାପ୍ତି ହୋଇଥାଏ । କୁହାଯାଏ ବିଷ୍ଣୁ ସହସ୍ର ନାମ ପାଠ କରିବା ଦ୍ୱାରା ସାତ ଜନ୍ମର ପାପ କ୍ଷୟ ହୋଇଥାଏ । ଆହୁରି ମଧ୍ୟ କୁହାଯାଏ ଘରର ନାରୀ ମାନେ ଏହି ଦିନରେ ଲକ୍ଷ୍ମୀଙ୍କ ଆରାଧନା କଲେ ଜୀବନ ସୁଖ ମୟ ହେବା ସହ ଧନ ପ୍ରାପ୍ତି ହୋଇଥାଏ । ଘରର ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଓ ଲାଗି ରହିଥିବା ଅର୍ଥିକ ସମସ୍ୟା ଦୂର ହୋଇଥାଏ ।

ମହାବିଷୁବ ସଂକ୍ରାନ୍ତିଙ୍କୁ ନେଇ ଆହୁରି ଅନେକ କଥା ରହିଛି । ଶୈବ ଭକ୍ତ ମାନେ ଏହି ଦିନରେ ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ଲାଭ ମଧ୍ୟ କରିପାରିବେ । ବିଶ୍ୱାସ ରହିଛି ଆଜିର ଦିନରେ କୌଣସି ଭକ୍ତ ମହାଦେବଙ୍କୁ ବେଲ ପତ୍ର ଓ ରକ୍ତ ଚନ୍ଦନ ଅର୍ପଣ କଲେ ସମସ୍ତ ସମସ୍ୟା ଦୂର ହୋଇଥାଏ । କାରଣ ହର ନିଜର ଭକ୍ତଙ୍କ ସମସ୍ତ ଦୁଃଖକୁ ହରଣ କରିଥାନ୍ତି । ଏହାଛଡ଼ା ସବୁଠାରୁ ବଡ଼ କଥା ହେଉଛି ଆଜିଠାରୁ ଓଡ଼ିଆ ନୂତନ ପଞ୍ଜିକା ପ୍ରଚଳନ ହୋଇଥିାଏ । ଯାହାଦ୍ୱାରା ଓଡ଼ିଶାବାସୀ ରୀତିନୀତି ଅନୁଯାୟୀ ସମସ୍ତ ପର୍ବ ପାଳନ କରିଥାନ୍ତି ।

kalyan agarbati

Comments are closed.