BJD Bijuli 480×75 Mob

ମଧ୍ୟପ୍ରଦେଶ: ଦୁଇ ପୁଲିସ କର୍ମଚାରୀଙ୍କ ନାଁରେ ହତ୍ୟା ମାମଲା

BJD Bijuli 480×75 Mob
0

ଭୋପାଳ : ସୋମବାର ଭାରତ ବନ୍ଦ ପାଳନ ସମୟରେ ଘଟିଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ କ୍ରମେ ଦୁଇ ଜଣ ପୁଲିସ କର୍ମଚାରୀ ଓ ୬ ସାଧାରଣ ନାଗରିକଙ୍କ ବିରୋଧରେ ରାଜ୍ୟ ପୁଲିସ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିବା ଓ ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ଆଇଜି ମକରନ୍ଦ ଦେଓସ୍କର କହିଛନ୍ତି। ସୋମବାର ଉତ୍ତର ଭାରତର ୫ଟି ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିବାବେଳେ ମଧ୍ୟପ୍ରଦେଶରେ ଭୟାନକ ରୂପ ନେଇଥିଲା। ଏହି ରାଜ୍ୟରେ ମୋଟ ୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି। କେବଳ ଭିଣ୍ଡ ଜିଲାରେ ୪ଜଣଙ୍କ ମୃତ୍ୟୁ ଘଟିଥିବାରୁ ହଜାରେରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଭିଣ୍ଡ ବ୍ୟତିତ ଗ୍ୱାଲିୟରରେ ୨, ମୋରୋନା ଓ ଡାବ୍ରାରେ ଜଣେ ଲେଖାଏଁ ମୃତ୍ୟୁମୁଖରେ ପଡ଼ିଛନ୍ତି।

Leave A Reply