www.samajalive.in
Sunday, December 14, 2025
26.1 C
Bhubaneswar

ସାଥୀ ଏଏସ୍‍ଆଇଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କଲେ ମହିଳା ଏସ୍‍ଆଇ

ଭୋପାଳ : ମଧ୍ୟପ୍ରଦେଶ ହରଦା ଜିଲାର ଜଣେ ମହିଳା ସବଇନସପେକ୍ଟର (ଏସ୍‍ଆଇ) ଗୁରୁବାର ତାଙ୍କ ପୁରୁଷ ସାଥୀ ଆସିଷ୍ଟାଣ୍ଟ ସବଇନସ୍‍ପେକ୍ଟର (ଏଏସ୍‍ଆଇ)ଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ କୋତୱାଲି ଥାନାରେ ଏଫଆଇଆର ରୁଜୁ ହୋଇଛି।
ପୁଲିସ୍‍ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଏଏସ୍‍ଆଇ ଉମେଶ ରଘୁବଂଶୀ ପୁଲିସ୍‍ ଲାଇନରେ ନିଯୁକ୍ତି ପାଇଛନ୍ତି। ମାମଲା ରୁଜୁ ହେବା ପରେ ଏଏସ୍‍ଆଇ ଜଣକ ଫେରାର ହୋଇଯାଇଛନ୍ତି। ମହିଳା ଏସ୍‍ଆଇଙ୍କ ଅଭିଯୋଗ ଅନୁସାରେ କୋତୱାଲିରେ ପ୍ରୋବେସନରେ ଥିବାବେଳେ ରଘୁବଂଶୀଙ୍କ ସହ ପରିଚିତ ହୋଇଥିଲେ। କାର୍ଯ୍ୟରୁ ରଘୁବଂଶୀଙ୍କ ସହ ତାଙ୍କର ସମ୍ପର୍କ ବଢିଥିଲା । ଦିନେ ରଘୁବଂଶୀ ଥାନା କାର୍ଯ୍ୟ ବାହାନାରେ ପୁଲିସ୍‍ ଲାଇନସ୍ଥିତ ତାଙ୍କ କ୍ୱାର୍ଟରରେ ପହଞ୍ଚି ବାହା ହେବାକୁ ପ୍ରଲୋଭନ ଦେଖାଇଥିଲା। ଏପରିକି ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ସେ ତାଙ୍କୁ ବାହା ହେବ ବୋଲି କହିଥିଲା। ଏଥିରେ ମହିଳା ଜଣକ ରାଜି ନହେବାରୁ ରଘୁବଂଶୀ ତାଙ୍କୁ ବଳପୂର୍ବକ ବଳାତ୍କାର କରିଥିଲା। ଏହାପରଠାରୁ ସେ ବଳପୂର୍ବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଏପରିକି ମହିଳା ଏସ୍‍ଆଇ ଜଣକ ଗର୍ଭବତୀ ହେବା ପରେ ତାଙ୍କ ଗର୍ଭପାତ କରାଇ ଦେଇଥିଲା। ତାଙ୍କୁ ସେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲା। ଅତ୍ୟାଚାର ଅସହ୍ୟ ହେବା ପରେ ମହିଳା ଜଣକ ଥାନାରେ ଏତଲା ଦେଇଥିବା କହିଛନ୍ତି। ଅଭିଯୁକ୍ତ ରଘୁବଂଶୀଙ୍କ ବିରୋଧରେ ବଳାତ୍କାର, ଏସ୍‍ସି/ଏସ୍‍ଟି ଅତ୍ୟାଚାର ନିରୋଧ ଆଇନ ସମେତ ବିଭିନ୍ନ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories