www.samajalive.in
Sunday, December 14, 2025
17.1 C
Bhubaneswar

ବଜାରକୁ ଆସିଲା ସବୁଠାରୁ ଶସ୍ତା ୩୨ଇଞ୍ଚର ଆଣ୍ଡ୍ରଏଡ ସ୍ମାର୍ଟ ଟିଭି

ନୂଆଦିଲ୍ଲୀ : ବଜାରକୁ ଆସିଲା ସବୁଠାରୁ ଶସ୍ତା ୩୨ଇଞ୍ଚର ଆଣ୍ଡ୍ରଏଡ ସ୍ମାର୍ଟ ଟିଭି। ଯାହାର ମୂଲ୍ୟ ମାତ୍ର ୫ହଜାର ଟଙ୍କା ରଖାଯାଇଛି। ସବୁଠାରୁ ଖାସ କଥା ହେଉଛି ମହଙ୍ଗା ଟିଭିରେ ଯେଉଁସବୁ ବିାଶେଷତ୍ୱ ରହିଥାଏ ଏହି ଟିଭିରେ ମଧ୍ୟ ସେହି ସବୁ ବିଶେଷତ୍ୱ ରହିଛି। ଏହାସହିତ ଏହି ଟିଭିରେ ସ୍କ୍‍ରିନ ମିରିର ଏବଂ ଇନବିଲ୍ଟ ଫିଚର ରହିଛି।

courtesy-business today

ଖବର ଅନୁସାରେ, ସ୍ୟାମି ଇନଫରମେଟିକ୍ସ ବିଶ୍ୱର ସବୁଠାରୁ ଶସ୍ତା ସ୍ମାର୍ଟ ଏଲଇଡି ଟିଭି ଲଞ୍ଚ କରିଛି। ଏହି ଟିଭିରେ କମ୍ପାନୀ ତରଫରୁ ଆଣ୍ଡ୍ରଏଡ ସିଷ୍ଟମ ଦିଆଯାଇଛି। ଯାହା ସାଧାରଣତଃ ସ୍ମାର୍ଟ ଟିଭିରେ ରହିଥାଏ। ଏହି ଟିଭି ସହିତ ଆପଣ ୩ବର୍ଷର ୱାରେଣ୍ଟି ମଧ୍ୟ ପାଇପାରିବେ। ଟିଭିରେ କମ୍ପାନୀ ତରଫରୁ ୧୦ୱାଟର ସ୍ପିକର ସହିତ ସାମସଙ୍ଗ ଏବଂ ଏଲଜିର ପ୍ୟାନେଲ ମଧ୍ୟ ଦିଆଯାଇଛି। ଏହାସହିତ ୪.୪ ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ ମଧ୍ୟ ରହିଛି। ଟିଭିରେ ଫେସବୁକ, ୟୁଟବ ଭଳି ଆପ ପୂର୍ବରୁ ଇନଷ୍ଟଲ କରାଯାଇଛି। ଏହା ସହିତ ଅନ୍ୟ ଆପକୁ ଇନଷ୍ଟଲ କରିବାକୁ ବିକଳ୍ପ ମଧ୍ୟ ଦିଆଯାଇଛି। ଟିଭିରେ ୪ଜିବି ରାମ ଏବଂ ୫୧୨ଏମବିର ଷ୍ଟୋରେଜ ଦିଆଯାଇଛି।

- Advertisement -
courtesy-india today

ସ୍ୟାମି ଇନଫରମେଟିକ୍ସର ନିର୍ଦେଶକ ଅଭିନାସ ମେହତା କହିିଛନ୍ତି – ଏହି ଟିଭିରେ ୱାଇଫାଇ ହଟସ୍ପଟ ସହିତ ସାଉଣ୍ଡ ବ୍ଲାଷ୍ଟର ଫିଚର ମଧ୍ୟ ଦିଆଯାଇଛି। ଦୁଇଟି ଏଚଡିଏମଆଇ ପୋର୍ଟ ଏବଂ ଦୁଇଟି ୟୁଏସବି ପୋର୍ଟ ମଧ୍ୟ ଦିଆଯାଇଛି। ଏହି ଟିଭିରେ ଗେମ ମଧ୍ୟ ଖେଳିପାରିବେ। ଗୁଗୁଲ ପ୍ଲେ-ଷ୍ଟୋରକୁ ଯାଇ ସେଥିରେ ଥିବା ସ୍ୟାମି ଆପରୁ ଏହି ଟିଭିକୁ କିଣିପାରିବେ ବୋଲି ସ୍ୟାମି ଇନଫରମେଟିକ୍ସର ନିର୍ଦେଶକ ଅଭିନାସ ମେହତା କହିିଛନ୍ତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories