ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସର ଟିକଟ, ଭୁବନେଶ୍ବର ମେୟର ପାଇଁ କରିବେ ପ୍ରତିଦ୍ବନ୍ଦ୍ବୀତା

ଭୁବନେଶ୍ବର: ଶାସକ ବିଜେଡ଼ି ଓ ବିଜେପି ସମେତ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ମେୟର ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା ଲାଗିରହିଥିଲା। ଏହାର ଅବସାନ ଘଟାଇ ଆଜି ପ୍ରଥମେ କଂଗ୍ରେସ ପକ୍ଷରୁ ଭୁବନେଶ୍ବର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ଟିକଟରେ ମଧୁସ୍ମିତା ଆଚାର୍ଯ୍ୟ ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବୀତା କରିବେ ବୋଲି ସୂଚନା ଦିଆଯାଇଛି।
ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ। କଲେଜ ଜୀବନରେ ସେ ରାଜନୀତିରେ ଜଡ଼ିତ ଥିଲେ। ଭୁବନେଶ୍ବର କମଳା ନେହେରୁ କଲେଜର ଛାତ୍ରୀ ସଂସଦର ସଭାପତି ଭାବେ ବିଜୟୀ ହୋଇଥିଲେ। ସେହିପରି ମଧୁସ୍ମିତା ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ କାଙ୍ଗାଳି ପଣ୍ଡାଙ୍କ ବୋହୁ। କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ। ଏଥିସହ ସେ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ଜଡିତ ରହିଥିଲେ। ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି। ସେଥିପାଇଁ ତାଙ୍କୁ ମେୟର ପ୍ରାଥୀ ଭାବେ ମନୋନୀତ କରାଯାଇଥିବା ସୂଚନା ମିଳିଛି।

prayash

ଏକାଧିକ ମହିଳା ନେତ୍ରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ବି କଂଗ୍ରେସ ଦଳ ମଧୁସ୍ମିତାଙ୍କ ଉପରେ ଭରସା କରିଛି। କଂଗ୍ରେସ ଟିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍ ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବୀତା କରିବା ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଛି ଏବଂ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି ବୋଲି ବିଧାୟକ ସୁରେଶ ରାଉତରାୟ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ, ନିର୍ବାଚନ ଘୋଷଣାର ଯଥେଷ୍ଟ ପୂର୍ବରୁ କଂଗ୍ରେସ ଦଳରେ ବିଭିନ୍ନ ନାମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଅବଶ୍ୟ ଦଳରେ ମେୟର ପଦବି ପାଇଁ ଅଧିକ ଦାବିଦାର ନ ଥିଲେ। ନିର୍ବାଚନ ତାରିଖ ଘୋଷଣା ପରେ ତିନିଟି ନାମ ଚର୍ଚ୍ଚାକୁ ଆସିଥିଲା। ସେମାନେ ରଶ୍ମି ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ ଓ ସୁଭଦ୍ରା ମିଶ୍ର। ତେବେ ରାଜନୈତିକ ପରିବାରରୁ ଆସିଥିବା ମଧୁସ୍ମିତାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ କଂଗ୍ରେସ ପକ୍ଷରୁ କଟକ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

kalyan agarbati

Comments are closed.