www.samajalive.in
Sunday, December 7, 2025
13.1 C
Bhubaneswar

ଯାତ୍ରୀଶୂନ୍ୟ ପୀଠରେ ମହାନବମୀର ଆବାହନୀ

ବଡ଼ମ୍ବା : ଶାରଦୀୟ ପୂଜାର ଅନ୍ତିମ ତ୍ରିଦିନାତ୍ମକ ପର୍ବର ମହାନବମୀ ପୂଜା ବୁଧବାର ପୀଠରେ ପାଳନ କରାଯାଇଛି । ଏହି ଉପଲକ୍ଷେ ବଡ଼ମ୍ବାର ଦୁଇ ପ୍ରମୁଖ ଆରଧ୍ୟା ଦେବୀ ମହାମାୟା ମା ଭଟ୍ଟାରିକା ଏବଂ ମା ମହାକାଳୀଙ୍କ ପୀଠ ଭକ୍ତଙ୍କ ସମାଗମରେ ଉତ୍ସବମୁଖର ହୋଇ ଉଠିଛି। ଶଶାଙ୍ଗ ଗ୍ରାମ ବାସିନୀ ମା ଭଟ୍ଟାରିକାଙ୍କର ପବିତ୍ର ମହାନବମୀ ପୂଜା ସହିତ ପରମ୍ପରାନୁଯାୟୀ ଆଜି ମା’ଙ୍କର ବାର୍ଷିକ ଶାରଦୀୟ ସୁନାବେଶ ଶେଷ ହୋଇଛି । ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କର ଏହି ଅପୂର୍ବ ବେଶ ଦେଖିବାଲାଗି ମନ୍ଦିରରେ ଆଜି ଅପେକ୍ଷାକୃତ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ତେବେ କୋଭିଡ କଟକଣା ରହିଥିବାରୁ ଭକ୍ତମାନେ ସାହାଣ ମେଲା ଦର୍ଶନରୁ ବଞ୍ଚିତ ରହି କେବଳ ଶୃଖଂଳାର ସହିତ ଦୂରରୁ ଗୁମୁଟିଘରୁ ଦେବୀଙ୍କ ଦର୍ଶନ ଲାଭ କରିଥିଲେ।

ଅପରପକ୍ଷରେ ଏହି ବ୍ଲକର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଖାରୋଡ଼ବାସିନୀ ମା ମହାକାଳୀଙ୍କ ପୀଠରେ ପାର୍ବଣ ନବରାତ୍ର ପୂଜା ଯଥାବିଧି ପାଳିତ ହେଉଛି। ଆଜି ପୀଠରେ ମା’ଙ୍କ ମହାନବମୀ ପର୍ବ ପାଳନ କରାଯାଇଥିବା ବେଳେ ଶୁକ୍ରବାର ବାର୍ଷିକ ଦଶହରା ଉତ୍ସବ ଅନୁଷ୍ଠିତ ହେବ। ତେବେ କୋଭିଡ କଟକଣା ବଳବତ୍ତର ରହିଥିବାରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମା ଭଟ୍ଟାରିକାଙ୍କ ମହାଷ୍ଟମୀର ବାର୍ଷିକ ଯାତ୍ରା ଏବଂ ମା ମହାକାଳୀଙ୍କ ଦଶହରା ଯାତ୍ରା ବାତିଲ କରାଯାଇଛି । ଫଳସ୍ୱରୁପ କେବଳ ଶୃଖଂଳାର ସହିତ ଜଗଜ୍ଜନନୀ ଅଭୟ ବରଦାୟିନୀ ଦେବୀଙ୍କ ଦର୍ଶନ ଲାଭ କରି ଭକ୍ତମାନେ ସନ୍ତୋଷ ଲାଭ କରୁଥିବା ଜଣାଯାଇଛି । ପୁଲିସ ପ୍ରଶାସନର ସହଯୋଗ, ସ୍ଥାନୀୟ ଆଞ୍ଚଳିକ କମିଟିର ପରିଚାଳନା ଏବଂ ସର୍ବୋପରି ସେବାୟତଙ୍କ ନୀତିନିର୍ଘଣ୍ଟ ପୂଜାବିଧି କାରଣରୁ ଏହି ଦୁଇପୀଠରେ ଶାନ୍ତିଶୃଖଂଳାର ସହିତ ପାର୍ବଣର ପୂଜା ସମାହିତ ହେଉଥିବା ଜଣାଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories