www.samajalive.in
Monday, December 8, 2025
14.1 C
Bhubaneswar

ନିମ୍ନ ମାନର କାମ – ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଇ ମହିଳା ସରପଞ୍ଚ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ କାଶିନୀପଦର ଓ ପଳାବୃଡି ପଂଚାୟତ ଦେଇ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ନିର୍ମାଣ ହେଉଥିବା ରାସ୍ତା କାମ ଅତି ନିମ୍ନ ମାନର ହେଉଥିବା ଅଭଯୋଗ ହୋଇଛି I ଫିରିଙ୍ଗିଆ ବ୍ଲକ ର କାଶିନୀପଦର ପଂଚାୟତ ର ସରପଞ୍ଚ ପ୍ରତିମା କହଁର ଓ ପଳାବୃଡି ପଞ୍ଚାୟତ ର ସରପଞ୍ଚ ଲୀଳାବତୀ ମଳିକ ଏହି ଅଭଯୋଗ କରିଛନ୍ତି I

ଏହି ଦୁଇ ମହିଳା ସରପଞ୍ଚ ସୋମବାରରେ ଫୁଲବାଣୀ ଯାଇ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ୍ୟ କରିଛନ୍ତି I ତେବେ ଏହି ଦୁଇ ମହିଳା ସରପଞ୍ଚ ଙ୍କ ଅଭଯୋଗ ଅନୁସାରେ ଗତ କିଛିମାସ ହେଲା ଫିରିଙ୍ଗିଆ ଠାରୁ ଗୋଛାପଡା ଯାଏ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗ ଅଧୀନରେ ଏକ ରାସ୍ତା ନିର୍ମାଣ ଚାଲିଛି I ଏହି ରାସ୍ତା କାମଟିକୁ ଓଡ଼ିଶାର ଏକ ଜଣାଶୁଣା ପ୍ରତିଷ୍ଠିତ ଆରକେଡି ନାମକ ଏକ ଠିକା ସଂସ୍ଥା କରୁଛି I ତେବେ କାମ ଆରମ୍ଭରୁ ସମ୍ପୃକ୍ତ ଠିକା ସଂସ୍ଥା ନିମ୍ନ ମାନର କାମ କରୁଥିବା ବେଳେ ଅନେକ ଜାଗାରେ କୌଣସି ସୁରକ୍ଷା ପାଚେରୀ କିମ୍ବା ଘାଟି କଟିଙ୍ଗ ନକରି କେବଳ ମେଟାଲ ଓ ପଥର ଗୁଣ୍ଡ ପକାଇ ପିଚୁ ପକାଇ କାମ ସାରିଦେଉଛି I

- Advertisement -

 

ଯାହାପାଇଁ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କହି ଏହି ଦୁଇ ମହିଳା ସରପଞ୍ଚ ଅଭଯୋଗ କରିଛନ୍ତି I ବିଶେଷ କରି ଫିରିଙ୍ଗିଆ ଠାରୁ ମଝିପଡ଼ା ଘାଟି ରେ ରାସ୍ତାଟି ଅଣଓସାରିଆ ଓ ବୁଲାଣି ଥିବାରୁ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏହି ଘାଟିରେ ଦୁର୍ଘଟଣା ଘାଟି ଅନେକ ଲୋକ ପ୍ରାଣ ମଧ୍ୟ ହରାଇ ସାରିଲେଣି I ଯାହାପାଇଁ ଏହି ଘାଟି ରାସ୍ତା କୁ କାଟି ଓସାରିଆ ରାସ୍ତା ଏବଂ ଉନ୍ନତ ମାନର ରାସ୍ତା ନିର୍ମାଣ ପାଇଁ ସରପଞ୍ଚ ମାନେ ଦାବି କରିଛନ୍ତି I

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories