ଲଭ୍ ଜିହାଦ ପ୍ରସଙ୍ଗ : ପଙ୍କଜା-ଇନ୍ଦ୍ରେଶ ମୁହାଁମୁହିଁ
ଭୋପାଳ : ଲଭ-ଜିହାଦ ପ୍ରସଙ୍ଗରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି। ଜବଲପୁରରେ ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଲଭ ଜିହାଦ ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ପ୍ରେମ ହେଉଛି ପ୍ରେମ। ଏହାକୁ ସମ୍ମାନ ଦେବା ଉଚିତ। ପ୍ରେମ କୌଣସି ପ୍ରାଚୀର ଦେଖେ ନାହିଁ। ପ୍ରେମକୁ ସମ୍ମାନ ଦେବା ଉଚିତ। କିନ୍ତୁ ଯଦି ଏହା ପଛରେ କିଛି ତିକ୍ତତା ଏବଂ ଚତୁରତା ଅଛି, ତେବେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଉଚିିତ। ସେହିପରି ଭୋପାଳରେ ଲଭ ଜିହାଦ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ନେତା ଇନ୍ଦ୍ରେଶ କୁମାର କହିଛନ୍ତି ପ୍ରେମ ନାମରେ ହତ୍ୟା ଓ ଧର୍ମାନ୍ତରୀକରଣ ଘଟୁଛି। ପ୍ରେମ ନାମରେ ଏକ ବ୍ୟବସାୟ ଚାଲିଛି। ପ୍ରେମ ନାମରେ ହତ୍ୟା ଏବଂ ଧର୍ମାନ୍ତରୀକରଣ ଘଟୁଛି ଏବଂ ଲୋକମାନେ ଏହାକୁ ଲଭ ଜିହାଦ ବୋଲି କହିଛନ୍ତି। ପ୍ରେମ ନାମରେ ଆମେ ଠକେଇ ଏବଂ ହିଂସାକୁ ନିନ୍ଦା କରୁଛୁ।
Comments are closed.