ଅଙ୍ଗନଓ୍ବାଡି କର୍ମୀଙ୍କ ଠାରୁ ୨୩ହଜାର ଟଙ୍କା ଲୁଟ୍ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଅଞ୍ଚଳରେ ଜଣେ ଅଙ୍ଗନବାଡିକର୍ମୀଙ୍କ ଠାରୁ ୨୩ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବ୍ୟାଙ୍କ ଅଫ ଇଣ୍ଡିଆରୁ ୨୩ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ମୁଦ୍ରାବେଡା ଗ୍ରାମକୁ ଏକ ଯାତ୍ରୀବାହୀ ଅଟୋରେ ଫେରୁଥିବା ଅଙ୍ଗନଓ୍ବାଡି କର୍ମୀ ପ୍ରମିଳା ନାୟକଙ୍କ ଠାରୁ ବାଇକରେ ପିଛା କରୁଥିବା ଦୁଇଜଣ ଲୁଟେରା କପାସପଡା ବୁଲାଣି ନିକଟରେ ଅଟୋ ଭିତରୁ ତାଙ୍କ ହାତରୁ ବ୍ୟାଗଟି ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ବ୍ୟାଗରେ ମୋବାଇଲ, ଏଟିଏମ୍, ଆଧାର, ଭୋଟର ଓ ଅନ୍ୟାନ୍ୟ କାଗଜପତ୍ର ଥିବା ଅଙ୍ଗନଓ୍ବାଡି କର୍ମୀଙ୍କ ସ୍ବାମୀ ଯଦୁମଣି ନାୟକ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

Comments are closed.