ବାଇକ ଡିକି ଭାଙ୍ଗି ୪୭ହଜାର ଲୁଟ୍
ବଡ଼ସାହି: ଶନିବାର ମଧ୍ୟାହ୍ନରେ ଗାନ୍ଧୀଛକ ନିକଟ ଏମ୍ସିସି ବ୍ୟାଙ୍କ ସମ୍ମୁଖରୁ ଦୃବୁର୍ତମାନେ ବାଇକ ଡିକି ଭାଙ୍ଗି ୪୭ହଜାର ଟଙ୍କା ଲୁଟ୍ କରିନେଇଛନ୍ତି। ଏ ନେଇ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରୁ ଜଣାଯାଏ, ଅବସରପ୍ରାପ୍ତ ସ୍କୁଲ ଅନୁନୀରିକ୍ଷକ ବଙ୍କିମ ବିହାରୀ ପାତ୍ର ପୁଅ ବାହାଘର ନିମନ୍ତେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୪୭ହଜାର ଟଙ୍କା ଉଠାଣ କରି ହ୍ୟାଣ୍ଡବ୍ୟାଗରେ ପୁରାଇ ବାଇକ ଡିକିରେ ରଖିଥିଲେ। ସେଠାରୁ ଆସି ଗାନ୍ଧିଛକ ନିକଟରେ ଥିବା ଏମସିସି ବ୍ୟାଙ୍କ ସମ୍ମୁଖରେ ବାଇକଟି ରଖି ମୋବାଇଲରେ କଥା ହେଉଥିବା ସମୟରେ ଦୃବୁର୍ତମାନେ ଆଖି ପିଛୁଳାକେ ଡିକିରୁ ହ୍ୟାଣ୍ଡବ୍ୟାଗଟି ଲୁଟ୍ କରିନେଇଥିଲେ। କିଛି ସମୟ ପରେ ଦୋକାନରେ ଟଙ୍କା ଦେବାକୁ ଡିକି ଖୋଲି ଦେଖିବା ପରେ ଟଙ୍କା ବ୍ୟାଗ ନଥିବା ଜାଣିପାରି ଥାନାରେ ଜଣାଇଥିଲେ। ବ୍ୟାଗ ଭିତରେ ବିଭିନ୍ନ ବ୍ୟାଙ୍କର ପାସବୁକ, ଚେକ୍ ବୁକ୍, ବାଇକର କାଗଜପତ୍ର ଓ ଦରକାରୀ କାଗଜପତ୍ର ରହିଛି। ତେବେ ଲୁଟ ହୋଇଥିବା ସ୍ଥାନରେ ଚାରିପଟୁ ରାସ୍ତା ଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ପାଇଁ ପୁଲିସ ଡ୍ୟୁଟି କରୁଥିଲେ। ବଡ଼ସାହି ଅଞ୍ଚଳରେ ଲୁଟେରା ମାନେ ଦିନ ଦ୍ୱିପ୍ରହରରେ ଲୁଟ କରିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ଲୁଟେରାଙ୍କୁ ଠାବ କରିବା ସହିତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି।
Comments are closed.