www.samajalive.in
Sunday, December 7, 2025
26.1 C
Bhubaneswar

ରାଜପଥ ଲୁଟିଆ ଗ୍ୟାଙ୍ଗର ୩ ଗିରଫ; ଅଳଙ୍କାର ଜବତ

ଫୁଲନଖରା : ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଓ କଟକ ରିଙ୍ଗରୋଡ଼ରୁ ସୁନା ଚେନ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ଅଳଙ୍କାର ଜବତ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଜୁନ ୧୭ତାରିଖରେ ବାରଙ୍ଗ ଥାନା ବେଲଗଛିଆ ଅନ୍ତର୍ଗତ ଜୟପୁର ଗ୍ରାମର ବିଘ୍ନେଶ୍ୱର ସାହୁ ଓ ତାଙ୍କ ପତ୍ନୀ ଏକ ଆକ୍ଟିଭା ସ୍କୁଟରରେ ସଦର ଥାନା ଅନ୍ତର୍ଗତ ଉଷୁମା ଗ୍ରାମକୁ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର ପ୍ରତାପନଗରୀ ଛକ ପୋଲ ନିକଟରେ ଏକ ପଲସରରେ ଦୁଇ ଜଣ ଦୁର୍ବୃତ୍ତ ପତ୍ନୀଙ୍କ ବେକରୁ ଏକ ସୁନା ଚେନ ଝାମ୍ପି ନେଇ ଦ୍ରୁତ ଗତିରେ ଭୁବନେଶ୍ୱର ଦିଗରେ ପଳାଇଥିଲେ। ଏ ନେଇ ସେ ବିଘ୍ନେଶ୍ୱର ସଦର ଥାନାରେ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଏକ ସ୍କ୍ୱାର୍ଡ଼ ଗଠନ କରି ଲୁଟ ଘଟଣାର ତଦନ୍ତ ଚଳାଇଥିଲା। ଏହି ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ବାଙ୍କୀ ଥାନା ଅନ୍ତର୍ଗତ ନରଗଙ୍ଗା ଗ୍ରାମର ଆଶିଷକୁମାର ଦାସ (୨୫) ଓ ସେହି ଗ୍ରାମର ପ୍ରକାଶକୁମାର ଦଳାଇ (୨୬)ଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଲୁଟ ଅଳଙ୍କାର କ୍ରୟ କରିବା ଅଭିଯୋଗରେ ଲାଲବାଗ ଥାନା ଅଧିନ ମହମ୍ମଦିଆବଜାରରେ ରହୁଥିବା ପଶ୍ଚିମବଙ୍ଗ ମେଦିନପୁର ଜିଲା ଅନ୍ତର୍ଗତ ପଞ୍ଚମାର ଗ୍ରାମର ସଞ୍ଜୟକୁମାର ସାସମଲ (୨୯) କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୧ଟି ସୁନା ଚେନ, ୧୦୦ ଗ୍ରାମରୁ ଊର୍ଦ୍ଧ୍ବ ଓଜନର ରୁପା ଅଳଙ୍କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ ହୋଇଛି। ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ କେବଳ ସଦର ଥାନାରେ ୮ଟି ମାମଲା ରହିଥିଲାବେଳେ ବାଦାମବାଡ଼ି, ମଧୁପାଟଣା ଓ ମର୍କତନଗର ଆଦି ଥାନାରେ ଏକାଧିକ ମାମଲା ରହିଛି। ସୋମବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଆଇଆଇସି ସୁଧାଂଶୁଭୂଷଣ ଜେନା କହିଛନ୍ତି।

- Advertisement -

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories