ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଥାନା ଖାସ୍ତା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ପରିଚୟ ଦେଇ ବିଧବା ମହିଳାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ଦୁର୍ବୃତ୍ତ ୭ ଭରି ସୁନା ଅଳଙ୍କାର ଲୁଟ କରିଥିବା ମହିଳା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଅଳ୍ପ ଦୂରରେ ଚୋର ଥିବା କହି ସତର୍କ କରାଇବା ବାହାନାରେ ଦୁର୍ବୃତ୍ତମାନେ ଏହି ଲୁଟ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



