www.samajalive.in
Monday, December 15, 2025
24.1 C
Bhubaneswar

ପୁଲିସ ଅଧିକାରୀଙ୍କ ଘରୁ ନଗଦ ଟଙ୍କା ଓ ସୁନାଗହଣା ଲୁଟ୍‍

ଆଠଗଡ : ଆଠଗଡରେ ଗ୍ରିଲ୍‍ ତାଡି ଚୋରି ଘଟଣା ଥମିବାର ନାଁ ଧରୁନି। ଗତ ଦେଢମାସ ମଧ୍ୟରେ ପ୍ରାୟ ୧୬ଟି ଘରୁ ଚୋରି ଉଦ୍ୟମ ହେବା ସହ ୪ଟି ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାରୂପା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡିଛି। ତେବେ ପୁଲିସ ଏଠାରେ ସଂପୂର୍ଣ୍ଣ ନିଷ୍କିୟ ଥିବାରୁ ଗୋଟିଏ ଘଟଣାରେ ଚୋରଙ୍କୁ ଧରିବା କିମ୍ବା ଚୋରି ଜିନିଷ ଉଦ୍ଧାର କରିବାରେ ସକ୍ଷମ ହେଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଗତକାଲି (ମଙ୍ଗଳବାର) ବାଣୀକଣ୍ଠନଗର ଅଞ୍ଚଳରେ ୪ଟି ଘରୁ ଚୋରି ଉଦ୍ୟମ ହୋଇଥିବାବେଳେ ଦୁର୍ବୁତ୍ତମାନେ କେବଳ ଗୋଟିଏ ଘରୁ ଚୋରି କରିବାରେ ସଫଳ ହୋଇଛନ୍ତି। ତାହାପୁଣି ଜଣେ ପୁଲିସ ସବ୍‍ଇନ୍ସପେକ୍ଟରଙ୍କ ଘରୁ ଚୋରି ହେବା ଘଟଣା ପୁଲିସ ପାଇଁ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି। ଜଗତସିଂହପୁର ପୁଲିସ ଜିଲ୍ଲାରେ କାର୍ଯରତ ସହକାରୀ ନିରୀକ୍ଷକ ପ୍ରଫୁଲ୍ଲ କୁମାର ଲେଙ୍କାଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ଏକାକି ଘରେ ଗୋଟିଏ ଶୟନ କକ୍ଷରେ ଶୋଇଥିବାବେଳେ ଅନ୍ୟଏକ ଶୟନ କକ୍ଷର ଝରକା ଗ୍ରିଲ ଓ କବାଟ ତାଡି ଚୋରି ହୋଇଥିବା ଜଣାପଡିଛି। ଦୁର୍ବୁତ୍ତମାନେ ତାଙ୍କର ଗୋଟିଏ ଲୁହା ଆଲମାରୀ ଭାଙ୍ଗି ତା ମଧ୍ୟରେ ଥିବା ଗୋଟିଏ ସୁନାହାର, ଗୋଟିଏ ମଙ୍ଗଳସୁତ୍ର ଓ ଚାରୋଟି ମୁଦି ସମେତ ନଗଦ ୧୫୭୦୦ଟଙ୍କା ଲୁଟ କରିନେଇଥିବା ଏସଆଇ ଶ୍ରୀ ଲେଙ୍କା ଆଠଗଡ ଥାନାରେ ଦେଇଥିବା ଏତଲାରୁ ଜଣାପଡିଛି। ସେହିପରି ବାଣୀକଣ୍ଠନଗରରେ ରହୁଥିବା ନୀଳାଚଳ ଇଷ୍ପାତ ନିଗମର ମୁଖ୍ୟ ସୁରକ୍ଷା ଅଧିକାରୀ ସ୍ୱାଧୀନ ପଣ୍ଡାଙ୍କ ଘରେ ମଧ୍ୟ ଦୁର୍ବୁତ୍ତମାନେ ଝରକା ଗ୍ରିଲ ତାଡି ଠାକୁରଘରେ ପଶିଥିଲେବି ଅନ୍ୟକକ୍ଷରେ ପରିବାର ଲୋକ ଶୋଇଥିବାରୁ କିଛି ଲୁଟ କରିପାରିନଥିଲେ। ସେହି ବାଣୀକଣ୍ଠନଗରରେ ରହୁଥିବା ରବିନାରାୟଣ ପାଢୀ ଓ ଷ୍ଟେଟବ୍ୟାଙ୍କର ଜଣେ ଦିବଙ୍ଗତ ଅଧିକାରୀଙ୍କ ଘରେ ମଧ୍ୟ ଚୋରି ଉଦ୍ୟମ କରାଯାଇଥିବାବେଳେ ଦୁବୁତ୍ତମାନେ ଲୁଟ୍‍ କରିବାକୁ ସକ୍ଷମ ହୋଇନଥିଲେ। ଆଠଗଡରେ ଏହିପରି ଲଗାଦାର ଚୋରି ଘଟଣା ବଢି ଚାଲିଥିବାରୁ ସାଧାରଣ ଲୋକେ ସେମାନଙ୍କର ଧନଜୀବନ ସୁରକ୍ଷା ନେଇ ଚିନ୍ତିତ ହୋଇପଡିବା ସହ ଭୟରେ କାଳାତିପାତ କରୁଛନ୍ତି। ପୁଲିସ ଦୃଢ ପଦକ୍ଷେପ ନେଇ ସମାନ ଶୈଳୀରେ ଝରକା ଗ୍ରିଲ ଭାଙ୍ଗି ଚୋରି କରୁଥିବା ଦଳକୁ ଠାବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦୃଢ ଦାବି ହେଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories