ଫେଶନରେ ଢ଼ିଲା ପୋଷାକ
ଗତ କିଛିବର୍ଷ ମଧ୍ୟରେ ଫେଶନର ପରିଭାଷା ଭିନ୍ନ ଭାବେ ପରିବର୍ତ୍ତନ ହୋଇଛି। ମୁମ୍ବଇର ଜନୈକ ବୟସ୍କ ଫେଶନ ଡିଜାଇନରଙ୍କ ମତରେ ୧୯୭୦ ରୁ ୨୦୧୭ ମଧ୍ୟରେ ଫେଶନ ସମ୍ପୂର୍ଣ୍ଣ ନୂତନ ରୂପ ପାଇଛି। ପୂର୍ବେ ଯୁବତୀ ଓ ମହିଳାଙ୍କ ମଧ୍ୟରେ ଫିଟିଂ ପୋଷାକ ଖୁବ୍ ଆଦୃତ ହେଉଥିଲାବେଳେ ଏବେ ଢିଲା ପୋଷାକର ଫେଶନ୍ ଆରମ୍ଭ ହୋଇଛି। ୨୦୧୨ରେ ପ୍ରଥମେ ପ୍ୟାରିସ୍ ଫେଶନ୍ ୱିକରେ ଏହିଭଳି ପୋଷାକ ମଡେଲରମାନେ ପିନ୍ଧି ରାମ୍ପ୍ ୱାକ୍ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଢିଲା ପୋଷାକ ବିଶ୍ବସ୍ତରରେ ଆଦୃତ ହୋଇଥିଲା। ଢିଲା କୁର୍ତ୍ତା, ଢିଲା ଟପ୍ ସହ ଏବେ ଛୋଟ ଫ୍ରକ୍ ଓ ଗାଉନର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି।