www.samajalive.in
Monday, December 15, 2025
16.1 C
Bhubaneswar

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ; ଓଡ଼ିଶା ସମେତ ୧୨ ରାଜ୍ୟଠାରୁ ଜବାବ୍‌ ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ହେବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଓଡ଼ିଶା ସମେତ ଅନ୍ୟ ୧୨ ରାଜ୍ୟ ସରକାରଙ୍କୁ ଜବାବ୍‌ ଲୋଡିଛନ୍ତି। ଓଡ଼ିଶାରେ ଦୁର୍ନୀତି ବିରୋଧୀ ଲୋକପାଳ ଅଛି କି ନାହିଁ ସେ ସମ୍ବନ୍ଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ କୌଣସି ତଥ୍ୟ ନ ଥିବା ଦର୍ଶାଇ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟାର ସ୍ଥିତି ବିଷୟରେ ଜଣାଇବା ନିମନ୍ତେ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଆର୍‌. ଭାନୁମତୀଙ୍କ ଖଣ୍ଡପୀଠ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ କହିଛନ୍ତି। ଏଥିସହ କେଉଁ କାରଣରୁ ଅଦ୍ୟାବଧି ଲୋକାୟୁକ୍ତ ନିଯୁକ୍ତ କରାଯାଇ ନାହିଁ ତାହାର କାରଣ ଦର୍ଶାଇବାକୁ ଖଣ୍ଡପୀଠ ଏହି ରାଜ୍ୟଗୁଡିକର ମୁଖ୍ୟ ଶାସନସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ରାଜ୍ୟଗୁଡିକ ହେଲା ଜାମ୍ମୁ କାଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପୁଡୁଚେରୀ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ। ଏହି ରାଜ୍ୟଗୁଡିକରେ କେବେ ଲୋକପାଳ ନିଯୁକ୍ତି ଦିଆଯିବା ସେ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଲୋକପାଳ ଏବଂ ଲୋକାୟୁକ୍ତ ଆଇନ-୨୦୧୩ ଧାରା ୬୩ ଅନୁଯାୟୀ ସମସ୍ତ ରାଜ୍ୟ ଲୋକାୟୁକ୍ତ ନିଯୁକ୍ତ କରିବେ। ଲୋକାୟୁକ୍ତ ସୁରୁଖୁରୁରେ କାର୍ଯ୍ୟ କରିବା ନିମନ୍ତେ ଉପଯୁକ୍ତ ପାଣ୍ଠି ଯୋଗାଣ ଏବଂ ଭିତ୍ତିଭୂମି ପ୍ରଦାନ ପାଇଁ ରାଜ୍ୟଗୁଡିକୁ ନିର୍ଦେଶ ଦେବା ନିମନ୍ତେ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ପ୍ରଶ୍ନ ଉଠାଇଛନ୍ତି। ଆଇନଜୀବୀ ତଥା ଦିଲ୍ଲୀର ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଏହି ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ୨୦୧୪ ଜାନୁଆରୀ ୧ରେ ଲୋକପାଳ ଏବଂ ଲୋକାୟୁକ୍ତ ଆଇନ-୨୦୧୩ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ୨୦୧୪ ଜାନୁଆରୀ ୧୬ରୁ ଏହା ପ୍ରଣୟନ ହୋଇଥିଲା। କିନ୍ତୁ ଏଯାବତ୍‌ ଏହି ରାଜ୍ୟଗୁଡିକରେ ଲୋକାୟୁକ୍ତ ନିଯୁକ୍ତ ହୋଇନାହିଁ। ଏପରିକି ଉପଯୁକ୍ତ ଭିତ୍ତିଭୂମି ଏବଂ ପାଣ୍ଠି ଯୋଗାଇ ନ ଦେଇ ରାଜ୍ୟ ସରକାରମାନେ ଲୋକାୟୁକ୍ତକୁ ଦୁର୍ବଳ କରିଦେଇଛନ୍ତି ବୋଲି ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଥିଲେ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories