ଶପଥ ନେଉଛନ୍ତି ନବୀନଙ୍କ ନୂଆ ମନ୍ତ୍ରୀ
ଭୁବନେଶ୍ୱର : ଲୋକସେବା ଭବନରେ ନୂତନ ମନ୍ତ୍ରୀଙ୍କ ଶପଥ ପାଠ ଆରମ୍ଭ ହୋଇଛି । ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି । ପ୍ରଥମେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଥିବା ବେଳେ ପରେ ନିରଞ୍ଜନ ପୂଜାରୀ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଶପଥ ପାଠ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ଆଜିର ଏହି ଶପଥ ପାଠ ଉତ୍ସବରେ ପର୍ଯ୍ୟାୟ କ୍ରମେ ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେବେ । ସେମାନଙ୍କ ମଧ୍ୟରୁ ୧୩ଜଣଙ୍କ ନାଁ କ୍ୟାବିନେଟ ପାହ୍ୟା ରହିଥିବା ବେଳେ ତାଲିକାରେ ୮ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ । ସେହିପରି ପ୍ରମିଳା ମଲ୍ଲିକ ମଧ୍ୟ ଶପଥ ପାଠ କରିଛନ୍ତି । ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ ଓ ନବ କିଶୋର ଦାସଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ଅଶୋକଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ତାଲିକାରେ ରହିଛି । ଅନ୍ୟପଟେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବେ ସମୀର ରଞ୍ଜନ ଦାଶ, ଅଶ୍ବିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତି ହେମ୍ବ୍ରମ ଶପଥ ପାଠ କରିବେ ।
Comments are closed.