ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ଯୁଯୁମୁରା ଅଞ୍ଚଳରେ କମ୍ବଳ ବଣ୍ଟନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମେଘପାଳ ପଞ୍ଚାୟତରେ ଶନିବାର ଲୋକ ସେବକ ମଣ୍ଡଳ ଓ ‘ସମାଜ’ ରିଲିଫ କମିଟି ପକ୍ଷରୁ କମ୍ୱଳ ବଣ୍ଟନ କରାଯାଇଛି । ସମ୍ବଲପୁର ସହର ଠାରୁ ୩୫ କିଲୋମିଟର ଦୂରବର୍ତ୍ତୀ ପଛୁଆ ଅଞ୍ଚଳରେ ଏହି କମ୍ବଳ ବଣ୍ଟନ କରାଯାଇଛି ।

ମେଘପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମବେତ ପାନପୋଷି, ମେଘପାଳ, ତିଲେଇମାଲ୍, ଦାଉପଡ଼ା, ଲାଇନ୍’ପଡ଼ା, ବାଁଡ଼ିଝରନ୍, ରାନ୍’ତାଲ୍, ମାରଙ୍ଗବାହାଲ୍, ଗିରିଜାପଡ଼ା, ଘୁଷୁରିଆବାହାଲ୍, ଲଇକେରାବାହାଲ୍ ଓ ଖାଡ଼ିବେର୍ଣ୍ଣା ଆଦି ପ୍ରାୟ ୧୨ ଟି ଗ୍ରାମର ୪୦ ଟି ଗରିବ ପରିବାରର ଅସମର୍ଥ ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ଲୋକ ସେବକ ମଣ୍ଡଳ ଉପଦେଷ୍ଟା କମିଟିର ସମ୍ପାଦକ ରଘୁନାଥ ମିଶ୍ର, ଶିକ୍ଷାବିଦ୍ ରାଜେନ୍ଦ୍ର କୁମାର ପଣ୍ଡା ଓ ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର୍ ପ୍ରମୁଖ କମ୍ବଳ ବଣ୍ଟନ କରିଥିଲେ । ମେଘପାଳ ସରପଞ୍ଚ ମମତା ପ୍ରଧାନ, ସାମାଜିକ କର୍ମୀ ଯଶୋବନ୍ତ ନାଏକ, ହିମାଦ୍ରୀ ପ୍ରଧାନ, ଗତିରାଜ ପ୍ରଧାନ, ହୃଦାନନ୍ଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.