www.samajalive.in
Sunday, December 14, 2025
26.1 C
Bhubaneswar

ମାଲିକ ନୁହେଁ, ମୁଁ ସେବକ ଭଳି ପ୍ରତିଦିନ ହିସାବ ଦେଉଛି – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,’ମୁଁ ମାଲିକ ନୁହେଁ, ମୁଁ ଆପଣମାନଙ୍କ ସେବକ ତେଣୁ ସବୁଦିନ ଆପଣମାନଙ୍କୁ କାମର ହିସାବ ଦେଉଛି’। ପ୍ରଧାନମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ତାଳକଟୋରା ଷ୍ଟାଡିୟମରେ ଆୟୋଜିତ ବ୍ୟବସାୟୀ ସମ୍ମିଳନୀରେ ଯୋଗଦେଇ ଗତ ୫ବର୍ଷ ଭିତରେ ସେମାନଙ୍କ ଜୀବନ ଓ ବ୍ୟବସାୟ ସରଳ କରିବା ପାଇଁ ପଦକ୍ଷେପ ନେଇଥିବା କହିଛନ୍ତି। ତାଙ୍କ ସରକାର ବିଗତ ବର୍ଷ ଗୁଡିକରେ ୧୫୦୦ ପୁରୁଣା ନିୟମସବୁକୁ ଉଛେଦ କରିବା ସହ ଦେଶରେ ସହଜରେ ବେପାର କରିବା ପାଇଁ ଅନେକ ନିୟମରେ ସରଳୀକରଣ କରାଯାଇଥିବା କହିଛନ୍ତି।

ସମ୍ମିଳନୀରେ ମୋଦୀ ରିପୋର୍ଟ କାର୍ଡ ଉପସ୍ଥାପନ କରି କହିଛନ୍ତି ଯେ ଦେଶରେ ପ୍ରତ୍ୟେକ ଦିନ ୬୦ ହଜାର ଶୌଚାଳୟ ନିର୍ମାଣ ହେଉଛି ଏବଂ କୃଷକମାନଙ୍କୁ ପ୍ରତିଦିନ ୧ଲକ୍ଷ ୩୦ହଜାର କିସାନ କାର୍ଡ ବଣ୍ଟନ କରାଯାଉଛି। କଂଗ୍ରେସ ବ୍ୟବସାୟ ଓ ବ୍ୟବସାୟୀଙ୍କ ବିରୋଧୀ ବୋଲି କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଇନ୍ସପେକ୍ଟର ରାଜ ପ୍ରଥାର ଅନ୍ତଃ କରିଛନ୍ତି ଏବଂ ବ୍ୟବସାୟ ବୃଦ୍ଧି ପାଇଁ ଶୀଘ୍ର ଲୋନ ମଞ୍ଜୁର ହେଉଛି ବୋଲି କହିଛନ୍ତି। ଚୌକିଦାର ଦେଶକୁ ସମୃଦ୍ଧ କରିବା ପାଇଁ ସମସ୍ତଙ୍କ ସହ ମିଳିମିଶି କାମ କରିବ କହିଛନ୍ତି ପ୍ରଧାନମନ୍ତ୍ରୀ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories