www.samajalive.in
Sunday, December 14, 2025
14.1 C
Bhubaneswar

ଶ୍ୱାସରୁଦ୍ଧ ଯୋଗୁ ଏନଡି ତିୱାରୀଙ୍କ ପୁଅ ରୋହିତଙ୍କ ମୃତ୍ୟୁ – ଏମ୍ସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଡି. ତିୱାରୀଙ୍କ ପୁଅ ରୋହିତ ଶେଖରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଦ୍ୱାରା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଛି। ପୁଲିସ ଧାରା ୩୦୨ରେ ହତ୍ୟା ମାମଲା ରୁଜ୍ଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ରୋହିତଙ୍କ ବାସଭବନ ଯାଞ୍ଚ କରିବା ସହ ତାଙ୍କ ମୃତ୍ୟୁର କାରଣ ଖୋଜୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଶ୍ବାସରୁଦ୍ଧ ଦର୍ଶାଯାଇଥିବା ବେଳେ, କୌଣସି ବସ୍ତୁ ଦ୍ୱାରା ତାଙ୍କ ତଣ୍ଟି ଉପରେ ଚାପ ପ୍ରୟୋଗ ପରେ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରାଯାଇଛି।

ଗତ ମଙ୍ଗଳବାର ୪୦ ବର୍ଷୀୟ ରୋହିତଙ୍କ ମୃତ୍ୟୁ ପରେ ତାଙ୍କ ମାଆ କହିଥିଲେ ଯେ ତାଙ୍କ ପୁଅର ସ୍ୱାଭାବିକ ମୃତ୍ୟ ହୋଇଛି କିନ୍ତୁ ସେଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ନାମ ସେ ପରେ ପ୍ରକାଶ କରିବେ। ଏମ୍ସର ପାଞ୍ଚ ଜଣ ଡାକ୍ତରଙ୍କୁ ନେଇ ଗଠିତ କମିଟି କହିଛନ୍ତି, ଏହି ମୃତ୍ୟୁ ଆକସ୍ମିକ ଅସ୍ୱାଭାବିକ ମୃତ୍ୟୁ ଯାହାକୁ ହତ୍ୟା ଶ୍ରେଣୀଭୁକ୍ତ କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories