www.samajalive.in
Monday, December 15, 2025
17.1 C
Bhubaneswar

ସନ୍ଦେହ ଘେରରେ ଏନଡି ତିୱାରୀଙ୍କ ପୁଅ ରୋହିତଙ୍କ ମୃତ୍ୟୁ, ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖରଙ୍କ ମୃତ୍ୟୁ ସ୍ୱାଭାବିକ ନଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ଏହାକୁ ନେଇ ଶୁକ୍ରବାର ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।
ପୁଲିସ୍‍ କହିବା ଅନୁସାରେ ଅପ୍ରେଲ ୧୬ରେ ଦିଲ୍ଲୀସ୍ଥିତ ସାକେତ ମ୍ୟାକ୍ସ ହସ୍ପିଟାଲରେ ରୋହିତଙ୍କ ମୃତ୍ୟୁ ଘଟିଥିଲା। ରୋହିତଙ୍କ ମା’ ଉଜ୍ଜଳା ତିୱାରୀ କହିଛନ୍ତି ଯେ ରୋହିତଙ୍କ ନାକରୁ ରକ୍ତ ବହୁଥିବା ନେଇ ତାଙ୍କ ଘର ଚାକର ତାଙ୍କୁ କଲ୍ କରିଥିଲା। ସେ ପହଞ୍ଚି ରୋହିତଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପ୍ରକାଶ ଯେ ରୋହିତ ଶେଖର ନିଜ ମା’ ଏବଂ ପତ୍ନୀ ସହ ଦିଲ୍ଲୀର ଡିଫେନ୍ସ କଲୋନିରେ ରହୁଥିଲେ। ଗତ ବର୍ଷ ଅକ୍ଟୋବର ୧୮ରେ ତାଙ୍କ ବାପା ନାରାୟଣ ଦତ୍ତ ତିୱାରୀଙ୍କ ପରଲୋକ ଘଟିଥିଲା। ସେହି ଦିନ ତାଙ୍କ ଜନ୍ମ ଦିନ ମଧ୍ୟ ଥିଲା। ଦୀର୍ଘ ଦିନର ଆଇନଗତ ଲଢେଇ ପରେ ଏନ୍‍.ଡି ତିୱାରୀ ରୋହିତଙ୍କୁ ନିଜର ପୁଅ ବୋଲି ସ୍ୱୀକାର କରିଥିଲେ।
୨୦୦୮ରେ ରୋହିତ ଶେଖର ମୋକଦମା ଦାଏର କରି ଏନ.ଡି ତିୱାରୀଙ୍କୁ ନିଜ ବାପା ବୋଲି ଦାବି କରିଥିଲେ। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଏନ୍‍ଡି ତିୱାରୀଙ୍କ ଡିଏଏନ୍‍ ମ୍ୟାପିଂ କରିବାକୁ ରାୟ ଦେଇଥିଲେ। ୨୦୧୨ ଜୁଲାଇ ୨୭ରେ ଦିଲ୍ଲୀ ହାଇକୋର୍ଟ ଡିଏଏନ୍‍ ପରୀକ୍ଷା ରିପୋର୍ଟକୁ ସାର୍ବଜନୀନ କରିଥିଲେ। ଡିଏଏନ୍‍ ପରୀକ୍ଷା ଅନୁସାରେ ଏନ୍‍ଡି ତିୱାରୀ ରୋହିତଙ୍କ ବାପା ବୋଲି କୋର୍ଟ ଘୋଷଣା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories