BJD Bijuli 480×75 Mob

ଗତ ଆଠ ମାସରେ ମୁମ୍ବାଇ ଲୋକାଲ ଟ୍ରେନ୍‌ରୁ ଖସି ୪୦୬ ଜଣଙ୍କର ମୃତ୍ୟୁ

BJD Bijuli 480×75 Mob
0

ମୁମ୍ବାଇ .- ଗତ ଆଠମାସ ମଧ୍ୟରେ ମୁମ୍ବାଇର ଲୋକଲ୍‌ ଟ୍ରେନ୍‌ରୁ ଖସି ୪୦୬ ଜଣଙ୍କର ମୃତ୍ୟୁ ହୋଇଛି  । ସରକାରୀ ରେଳବାଇ ପୁଲିସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ଲୋକଲ ଟ୍ରେନ୍‌ମାନଙ୍କରୁ ଖସି ପଡି ୮୭୧ ଜଣ ଗୁରୁତର ହୋଇଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଛି ।

କେବଳ ଜାନୁଆରୀରୁ ଜୁଲାଇମାସ ମଧ୍ୟରେ ୩୬୦ ଜଣଙ୍କର ମୃତ୍ୟୁ ହୋଇଛି । ଲୋକାଲ ଟ୍ରେନ୍‌ରେ ଅତ୍ୟଧିକ ଭିଡ ହୋଇଥିବାରୁ ଏପରି ଘଟଣା ଘଟୁଛି । ଅଧିକ ଭିଡ ଥିବା ଟ୍ରେନ୍‌ମାନଙ୍କରେ ଲୋକମାନେ ପାଦ ରଖିବା ସ୍ଥାନ ବା ଫୁଟ୍‌ ବୋର୍ଡ ଉପରେ ଛିଡା ହୋଇ ଯାତ୍ରା କରୁଥିବାରୁ ଏପରି ଦୁର୍ଘଟଣା ବୃଦ୍ଧି ପାଉଥିବା କୁହାଯାଉଛି । ଏଥିପାଇଁ ରେଳବାଇ ପୁଲିସ ୩ହଜାରରୁ ଅଧିକ ଲୋକଙ୍କ ଠାରୁ ଜରିମାନା ଆଦାୟ କରିଛି । ପ୍ରତିଦିନ ଯାତ୍ରୀମାନଙ୍କୁ ନ ଜଣାଇ ଶତାଧିକ ଟ୍ରେନ୍‌କୁ ବାତିଲ କରାଯାଉଥିବାରୁ ଯାତ୍ରୀମାନେ ବାଧ୍ୟ ହୋଇ ଟ୍ରେନ୍‌ମାନଙ୍କର ଭିଡରେ ଯାତ୍ରା କରୁଛନ୍ତି ବୋଲି ଜଣା ପଡିଛି ।

Leave A Reply