www.samajalive.in
Monday, December 15, 2025
27.1 C
Bhubaneswar

ଝାଡ଼ଖଣ୍ଡରେ ବିଜେପିକୁ ଝଟ୍‌କା, ନିର୍ବାଚନ ପୂର୍ବରୁ ହାତ ଛାଡ଼ିଲା ଏଲଜେପି

ରାଞ୍ଚି: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟରେ ବିଜେପିକୁ ଝଟ୍‌କା ଲାଗିଛି। ମଙ୍ଗଳବାର ବିଜେପିର ଅନ୍ୟତମ ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ବିଜେପି ହାତ ଛାଡ଼ି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରିଛି। ଏଲଜେପି ଅଧ୍ୟକ୍ଷ ତଥା ସାଂସଦ ଚିରାଗ ପାଶୱାନ ଏ ନେଇ ଘୋଷଣା କରିଛନ୍ତି।

ସୂଚନା ମୁତାବକ, ନିର୍ବାଚନ ପାଇଁ ବିଜେପି ସମେତ କେତେକ ଆଞ୍ଚଳିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲେଣି। ତେବେ ଏଲଜେପି ଯେଉଁ ଆଶନରେ ପ୍ରାର୍ଥୀ ଦେବ ବୋଲି ଦାବି କରୁଥିଲା, ସେଥିରୁ ଅଧିକାଂଶ ଆସନରେ ବିଜେପି ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେଣୁ ଏଲଜେପି ନିଜ ଦମ୍‌ରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ଚିରାଗ କହିଛନ୍ତି। ଦଳ ୫୦ଟି ଆସନରେ ପ୍ରାର୍ଥୀ ଦେବା ନେଇ ଏଲଜେପିର ରାଜ୍ୟ ୟୁନିଟ୍‌ ନିଷ୍ପତ୍ତି ନେଇଛି।

- Advertisement -

ଏହା ପୂର୍ବରୁ ବିଜେପିର ସହଯୋଗୀ ଏଜେଏସୟୁ ପାର୍ଟି ବିଜେପି ସହିତ ଆଲୋଚନା ନ କରି ୧୨ଟି ଆସନରେ ଆଶାୟୀଙ୍କ ନାମ ଘୋଷଣା କରିଛି। ସେଥିରୁ ୩ଟି ଆସନରେ ବିଜେପି ମଧ୍ୟ ତା’ର ନିଜସ୍ବ ପ୍ରାର୍ଥୀ ଦେଇଛି। ତେଣୁ ଏହି ଦୁଇ ଦଳ ମଧ୍ୟ ପୃଥକ ହୋଇ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ହେଉଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁସାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories