www.samajalive.in
Saturday, December 13, 2025
14.1 C
Bhubaneswar

‘ବାଲା’: ୪ ଦିନରେ ୫୦ କୋଟି ପାର୍‍

ମୁମ୍ବଇ : ଆୟୁଷ୍ମାନ ଖୁରାନା, ଭୂମି ପେଡନେକର ଓ ୟାମି ଗୌତମଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଲା’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ମୁକ୍ତିଲାଭର ୪ ଦିନରେ ହିଁ ଚଳଚ୍ଚିତ୍ର ୫୦ କୋଟରୁ ଊର୍ଦ୍ଧ୍ବ ଆୟ କରିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ‘ବାଲା’ର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ଆୟ ଭିତ୍ତିରେ ଏହା ଆୟୁଷ୍ମାନଙ୍କ ସୁପର୍‍ହିଟ୍‍ ଚଳଚ୍ଚିତ୍ର ‘ଡ୍ରିମ୍‍ ଗର୍ଲ’ଠାରୁ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ଚତୁର୍ଥ ଦିନ ‘ଡ୍ରିମ୍‍ ଗର୍ଲ’ ୭.୪୩ କୋଟି ଟଙ୍କା ଆୟ କରିଥିବା ବେଳେ ‘ବାଲା’ ୮.୨୬ କୋଟି ଟଙ୍କାର ବ୍ୟବସାୟ କରିଛି।
ସୂଚନାଯୋଗ୍ୟ, ଶୁକ୍ରବାର ଚଳଚ୍ଚିତ୍ର ୧୦.୧୫ କୋଟି, ଶନିବାର ୧୫.୭୩ କୋଟି, ରବିବାର ୧୮.୦୭ କୋଟି ଓ ସୋମବାର ୮.୨୬ କୋଟି ଟଙ୍କା ଆୟ କରିଛି। ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାରରେ ‘ବାଲା’ର ମୋଟ୍‍ ଆୟ ୫୨.୨୧ କୋଟି ଟଙ୍କାରେ ପହଞ୍ଚିଛି। ତେବେ ପଞ୍ଚମ ଦିନ ମଧ୍ୟ ଚଳଚ୍ଚିତ୍ର ଉତ୍ତମ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories