ଶିଖ୍ ଧର୍ମର ଗୁରୁ ନାନକ ଦେବଙ୍କ ଜନ୍ମ ଦିନକୁ କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ କରାଯାଉଛି। ଚଳିତ ବର୍ଷ ଗୁରୁ ନାନକଙ୍କ ୫୫୦ତମ ପ୍ରକାଶ ପର୍ବ ଅର୍ଥାତ୍ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ଗୁରୁ ନାନକ ଦେବଙ୍କ ଜନ୍ମ ବାର୍ଷିକୀ ଅବସରରେ ଗୁରୁଦ୍ବାରରେ ବିଭିନ୍ନ ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଦିନକୁ ଅତି ଧୁମଧାମରେ ପାଳନ କରନ୍ତି। ମାତ୍ର ୫ ବର୍ଷ ବୟସରେ ଗୁରୁ ନାନକ ଦେବ ସମାଜକୁ ନିଜର ପ୍ରଥମ ବାର୍ତ୍ତା ଦେଇଥିଲେ। ଗୁରୁନାନକ ସମାଜକୁ ଏକତାର ବାର୍ତ୍ତା ଦେଇଥିଲେ।
ଆସନ୍ତୁ ଜାଣିବା ଗୁରୁ ନାନକଙ୍କ ୧୦ଟି ବାର୍ତ୍ତା ବିଷୟରେ….
ଗୁରୁ ନାନକ ବିଶ୍ବାସ କରୁଥିଲେ ଯେ, ଭଗବାନ ଏକ ଏବଂ ପ୍ରତିଟି ସ୍ଥାନରେ ବିରାଜମାନ।
ଲୋଭ ତ୍ୟାଗ କରି, ପରିଶ୍ରମ କରି ଧନ ଉପାର୍ଜନ କରିବାକୁ ଗୁରୁ ନାନକ ଦେବ ପରାମର୍ଶ ଦେଉଥିଲେ।
ଅଭାବୀଙ୍କୁ ସହାୟତା କରିବା ପାଇଁ ସର୍ବଦା ପ୍ରସ୍ତୁତ ରୁହନ୍ତୁ।
ଅର୍ଥକୁ କେବେ ହୃଦୟରେ ରଖନ୍ତୁ ନାହିଁ, ପକେଟରେ ରଖନ୍ତୁ।
ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଗୁରୁ ନାନକ କୌଣସି ପାର୍ଥକ୍ୟ ଦେଖୁନଥିଲେ। ତାଙ୍କ ମତ ଅନୁସାରେ କଦାପି ମହିଳାଙ୍କ ଅନାଦର କରିବା ଉଚିତ୍ ନୁହେଁ।
ଚିନ୍ତା ମୁକ୍ତ ହୋଇ ନିଜ କର୍ମ କରିବା ଉଚିତ୍ ଏବଂ ସର୍ବଦା ଖୁସି ରହିବା ଉଚିତ୍।
ସର୍ବପ୍ରଥମେ ନିଜର ଖରାପ ଗୁଣ ଓ ଅଭ୍ୟାସ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିବା ଉଚିତ୍।
ସର୍ବଦା ଉତ୍ତମ ଓ ବିନମ୍ର ସେବାଭାବ ଦ୍ବାରା ନିଜ ଜୀବନକୁ ବଞ୍ଚିବା ଉଚିତ୍। କାରଣ ଅଂହକାର ମନୁଷ୍ୟର ସବୁଠାରୁ ବଡ ଶତ୍ରୁ। ତେଣୁ କଦାପି ମନୁଷ୍ୟକୁ ଅଂହକାର କରିବା ଉଚିତ୍ ନୁହେଁ।
ସମସ୍ତ ମନୁଷ୍ୟଙ୍କୁ ପ୍ରେମ, ଏକତା, ସମାନତା ଏବଂ ଭାଇଚାରାର ସନ୍ଦେଶ ଦେବା ଉଚିତ୍।
ଯେବେ ମନ ପାପ ଓ ଲଜ୍ଜାରେ ଅପବିତ୍ର ହୋଇଯାଏ, ସେତେବେଳେ ଇଶ୍ବରଙ୍କ ନାମ ନେବା ଦ୍ବାରା ମନ ସ୍ବଚ୍ଛ ହୋଇଥାଏ।



