ଭୁବନେଶ୍ୱର : ଏଣିକି ଗାଁରେ ଘର କରିବାକୁ ହେଲେ ପ୍ରଶାସନର ଅନୁମତି ନେବାକୁ ପଡ଼ିବ। ସରକାରୀ ନିୟମ ମୁତାବକ ଘର କରାନଗଲେ ନିୟମ ଉଲ୍ଲଙ୍ଘନ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ୫୦୦ ବର୍ଗମିଟରରୁ ଅଧିକ ସ୍ଥାନରେ ଦୁଇ କିମ୍ବା ତା’ଠାରୁ ଅଧିକ ମହଲାର କୋଠାଘର ତିଆରି ପାଇଁ ଜାଗା ମାଲିକଙ୍କୁ ପଞ୍ଚାୟତ ସମିତି ମାଧ୍ୟମରେ ଅନୁମତି ନେବାକୁ ପଡ଼ିବ। ପର୍ଯ୍ୟାୟ କ୍ରମରେ ପ୍ରଥମେ ଘର ତିଆରି ନେଇ ଅନୁମୋଦନ ପାଇଁ ପଞ୍ଚାୟତ ସମିତି ଜିଲା ପ୍ଲାନିଂ ୟୁନିଟକୁ ପଠାଇବ। ଏହା ପରେ ଟାଉନ ପ୍ଲାନିଂ ୟୁନିଟକୁ ଜିଲା ପ୍ଲାନିଂ ୟୁନିଟ ପଠାଇବ।
Popular Categories



