mission shakti banner

ବ୍ରଜାଘାତରେ ୨ ମୃତ ଓ ୩ ଗୁରୁତର

BSKY banner  750×100
0

କଲମପୁର: କଳାହାଣ୍ଡି ଜିଲାରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ସୂଚନା ମିଳିଛି । ଦୁଇଟି ପୃଥକ ପୃଥକ ସ୍ଥାନରେ ବ୍ରଜାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜୁନାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ବଜ୍ରାଘାତରେ କୋଟା ଗାଁରେ ଧାନ କାଟୁ ଥିବା ଜଣେ ଯୁବକଙ୍କ ପ୍ରାଣହାନି ହୋଇଥିବା ବେଳେ ବଲାଗାଁରେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଅଭିମନ୍ୟୁ ରାଉତ(୨୧) ଏବଂ ରହସ ବାଗ । ସେହିପରି ନୂଆଗାଁରେ ଦୁଇ ଜଣ ଓ  ଯାଇପାଟଣା ବ୍ଳକ୍ ବେହେରେନ୍ ସିଲ ଗାଁର ଜଣେ ଗୁରୁତର ହୋଇଛନ୍ତି । ସେମାନଙ୍କ ଜୁନାଗଗଡ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନେ ସୁସ୍ଥ ଥିବା ଜଣାପଡିଛି ।

Leave A Reply