ବଦଳୁନି ଦୟା ୱେଷ୍ଟ କେନାଲ ଭାଗ୍ୟ: ଏକଦା ଥିଲା ରାଜଧାନୀର ଜୀବନରେଖା, ଏବେ ଅବହେଳିତ ଓ ପୂତିଗନ୍ଧମୟ ସ୍ବେରେଜ୍ ନାଳରେ ପରିଣତ
କେନାଲ ପୋତି ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ, ଲକ୍ଷ୍ୟଭ୍ରଷ୍ଟ ଜଳସେଚନ ଯୋଜନା
ଭୁବନେଶ୍ୱର : ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ବଦଳୁନି ଦୟା ୱେଷ୍ଟ କେନାଲ ଭାଗ୍ୟ। ଏକଦା ଥିଲା ରାଜଧାନୀର ଜୀବନରେଖାଥିବା ଦୟା ୱେଷ୍ଟ କେନାଲ ଏବେ ଅବହେଳିତ ଓ ପୂତିଗନ୍ଧମୟ ସ୍ବେରେଜ୍ ନାଳରେ ପରିଣତ ହୋଇଛି। କେନାଲ ପୋତି ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ ହୋଇଛି ଏବଂ ଏହାର ଜଳସେଚନ ଯୋଜନା ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥିବା ଜଣାପଡିଛି।
ଏକଦା ରାଜଧାନୀ ଭୁବନେଶ୍ୱର ସମେତ ଜଟଣୀ ଓ ବାରଙ୍ଗ ଅଞ୍ଚଳ ପାଇଁ ନୀବନରେଖା ସାଜିଥିବା ଦୟା ବେଷ୍ଟ କେନାଲ ଏବେ ଅବହେଳିତ ଓ ପୂତିଗନ୍ଧମୟ ସ୍ବେରେଜ୍ ନାଳରେ ପରିଣତ ହୋଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୪୮ରେ ଏହି କେନାଲର ଖନନ କରାଯାଇଥିଲା ବିଶେଷକରି ବାରଙ୍ଗ ଜାନପୁର-ପୁରୀ ମେନ୍ କେନାଲ ସିଆଠାରୁ ଏହା ସୃଷ୍ଟି ହୋଇଥିବାବେଳେ ଜଟଣୀ ରେତଙ୍ଗ ପର୍ଯ୍ୟନ୍ତ ପ୍ରାୟ ୩୪.୮୬ କିଲୋମିଟର ପରିବ୍ୟାପ୍ତ ହୋଇଛି କେନାଲ ଖନନ ବେଳେ କୋଟିକୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସ୍ଥାନୀୟ ଅଧିବାସୀଙ୍କ ଜମିକୁ ଜନସେଚନ କରାଯିବା ସହିତ ଜୀବନଧାରଣ ପାଇଁ ଏହାର ଜନ ଉପଯୋଗ ହେବ ବୋଲି ଲକ୍ଷ୍ୟ ଥିଲା ବାରଙ୍ଗ କାନପୁରଠାରୁ ଆରମ୍ଭ କରି ହାଡ଼ା, କଳାରାହାଙ୍ଗ, ଟାଙ୍ଗିବନ୍ତ, ଇଞ୍ଚାଣା, ସିଙ୍ଗଡ଼ା, କୋଟପଡ଼ା, କଲ୍ୟାଣ ପୂର, ଚକେଇସିହାଣି, ସମେଇଗଡ଼ିଆ, ପଳାଶୁଣି, ରସୁଲଗଡ଼, ଝାରପଡା, ବମିଖାଇ, ଲକ୍ଷ୍ମୀସାଗର, ଟଙ୍କପାଣି, ବଡ଼ଗଡ଼, ସୁନ୍ଦରପଦା, ଭଳି ବିଏମସିର ୨୯ଟି ଗ୍ରାମ ଏବଂ ୬ଟି ପଞ୍ଚାୟତ ସହିତ ମଞ୍ଚେଶ୍ୱର ଶିଳାଞ୍ଚଳ ଏବଂ ଜଟଣୀ ପର୍ଯ୍ୟନ୍ତ ଜନସାଧାରଣ ଏହି କେନାଲ ଉପରେ ନିର୍ଭର କରି ଆସୁଥିଲେ।
ଏହାର ଜଳ ୨୪୧୭ ହେକ୍ଟର ଚାଷ ଜମିକୁ ଜଳ ସେଚିତ କରୁଥିଲା। ଜେନାଲ ଜକର ଝର କୂଅ ପୋଖରାକୁ ଜଳ ଉତ୍ସ ଯୋଗାଇଥିଲା ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି। ୧୯୯୯ ମହାବାତ୍ୟାଠାରୁ କେନାଲ ନର୍କ କୁଣ୍ଡରେ ପରିଣତ ହୋଇଛି। ଏହାର ଜଳଧାରଣ କ୍ଷମତା ସଙ୍କୁଚିତ ଏବଂ ପୋତି ହେବାକୁ ବସିଲାଣି। ଏହାର ଉଭୟ ପାର୍ଶ୍ଵରେ ବିଏମ୍ସି ଅଞ୍ଚଳ ଆରମ୍ଭ ସ୍ଥଳରୁ ଶେଷରାଗ ପର୍ଯ୍ୟନ୍ତ ପ୍ରାୟ ୨୪ କିଲୋମିଟର ବ୍ୟାପୀ ବିଭିନ୍ନ ସ୍ଥାନରେ ଜବରଦଖଲ, ଅଳିଆ ଆବର୍ଜନା, ବର୍ଜ୍ୟବସ୍ତୁ ଗଦା କରାଯିବା ଦ୍ବାରା ଜେନାଲ ନିଜର ସ୍ଥିତି କରାଇଛି। କାଳିଖମାଠାରୁ ସୁନ୍ଦରପଦା ପର୍ଯ୍ୟନ୍ତ ୧୬.୧୦ କିଲୋମିଟର ଏବଂ ପଳାଶୁଣି ଏନଏଚଆଇଠାରୁ ଗ୍ୟାରେଜ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜବରଦଖଲ କରାଯାଇଛି। ବର୍ତ୍ତମାନ ସମୟରେ ମାତ୍ର ୧୨୫୫ ହେକ୍ଟର ଜମିକୁ ଜଳସେଚନ କରାଯାଇଥିବା ସୂଚନା ମିଳିଛି। ୧୧ଟି ସ୍ଥାନରେ ଏହା ମାତ୍ରାଧିକ ଭାବେ ପ୍ରଦୂଷିତ ହୋଇଛି। ଏସବୁକୁ ବିଚାର କଲେ ଏହି ୱେଷ୍ଟ କେନାଲ ମୂଳ ଲକ୍ଷ୍ୟଠୁ ଦୂରେଇ ଯାଇ ନିଶ୍ଚିହ୍ନ ହେବାକୁ ଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଲୋକଙ୍କ ଦାବି ଅନୁସାରେ, ୨୦୧୭-୧୮ରେ ବିଧାନସଭା ଗ୍ରହ କମିଟିର ଏକ ୭ଜଣିଆ ଦଳ ପୂର୍ବତନ ବିଧାୟକ ପ୍ରଭାତ ଗଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏହି ବେନାଳର ସ୍ଥିତି ସହିତ କୁଆଖାଇ ନଦୀ ଏବଂ ପୁରୀ ମେନ୍ କେନାଲ ଅନୁଧ୍ୟାନ କରିଥିଲ । ପରେ ଏହି କେନାଲର ପୁନରୁଦ୍ଧାର ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିବାବେଳେ ସେହି ଅନୁସାରେ ବିଏମ୍ସିର ପୂର୍ବତନ ଆୟୁକ୍ତ କିଷନ କୁମାର ଏବଂ ବିଡିଏ ଅଧକ୍ଷଙ୍କ ପକ୍ଷରୁ ଏ ଦିଗରେ ସ୍ବତନ୍ତ୍ର ବୈଠକ ହୋଇଥିଲା। ନିଷ୍ପତ୍ତି ଅନୁସାରେ, କେନାଲର ପୁନରୁଦ୍ଧାର ସହିତ ବର୍ତ୍ତମାନ ବିଏମ୍ସି ଅଞ୍ଚଳରେ ଥିବା ଚାଷଜମିକୁ ଜଳସେଚନ, ଲୋକଙ୍କ ଗମନାଗମନ ପାଇଁ ବାଇପାସ୍ ଗ୍ୟାରେଜ୍ ଛକରୁ ଭାୟା ଝାରପଡ଼ା ଦେଇ ପଳାଶୁଣି ଏବଂ ପଳାଶୁଣି ଏନ୍ଏଚ୍ ଠାରୁ ଭାୟା ଚକେଇସିହାଣି ପଟିଆ ଦେଇ ନନ୍ଦନକାନନ ପର୍ଯ୍ୟନ୍ତ କରିବାକୁ ଯୋଜନା ଥିଲା
ସରକାରଙ୍କ ପକ୍ଷରୁ ରାସ୍ତାରେ ଗହଳିକୁ ପ୍ରଶମିତ କରିବା ପାଇଁ ଏକ ବିକଳ୍ପ ରାସ୍ତା ଭାବେ ଦୟା ୱେଷ୍ଟ କେନାଲ ବନ୍ଧର ଉଭୟ ପାର୍ଶ୍ଵରେ ରାସ୍ତା ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଥିଲା। ସେହି କାର୍ଯ୍ୟର ତ୍ବରାନ୍ବିତ ପାଇଁ ସ୍ବତନ୍ତ୍ର ଭାବେ ବିଡିଏ ପକ୍ଷରୁ ଗତ ବର୍ଷ ମେ’ରେ ରାସ୍ତାର ସର୍ବେକ୍ଷଣ କରାଯାଇଥିଲା। ଦୟା ୱେଷ୍ଟ କେନାଲ ବାରଙ୍ଗରୁ ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୪.୮୬କି.ମି. ବ୍ୟାପି ରହିଛି କେନାଲ ଓ ବନ୍ଧକୁ ଉଭୟ ପାର୍ଶ୍ଵରେ ଜବରଦଖଲ କରାଯିବା ଯୋଗୁଁ ପୂର୍ବର ୫୦ ଫୁଟ୍ ଓସାରର କେନାଲ ଏବେ ହ୍ରାସ ପାଇଛି। ପାଣି ମଧ୍ୟ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। କେନାଲର ପୁନରୁଦ୍ଧାର ସହ ଉଭୟ ପାର୍ଶ୍ଵରେ ୩ ଥାକିଆ ରାସ୍ତା କରାଯିବାକୁ ପୂର୍ବ ସରକାର ନିଷ୍ପତ୍ତି ନେଇଥିବାବେନେ ସେଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୯୦୦.୬୫ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ ହୋଇଥିଲା ଦୁଇକଡ଼ରେ ରାସ୍ତା ସହ ସୌନ୍ଦର୍ଯ୍ୟକରଣ ହେବା ଯୋଜନା ଥିବାବେଳେ ଏହାର ଦାୟିତ୍ବ ବିଡିଏ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦିଆଯାଇଥିଲା।
ମତ ଓ ମନ୍ତବ୍ୟ…
ସୁଦର୍ଶନ ଦାସ(ମହାନଦୀ ବଞ୍ଚାଅ ଆନ୍ଦୋଳନ): କେନାଲର ଉଭୟ ପାର୍ଶ୍ଵରେ ରାସ୍ତା ଏବଂ ଚାରାରୋପଣ ସହିତ ୨ ମିଟର ଚଉଡ଼ାର ଡ୍ରେନ୍ କରାଯିବାର ପ୍ରସ୍ତାବ ଥିଲା। ମହାମାରୀ ପରେ ଏହି ପ୍ରସ୍ତାବଗୁଡ଼ିକ ଫାଇଲ୍ ତଳେ ରହିଯାଇଛି। ଗତ କିଛିଦିନ ହେଲା କେନାଲର ପୁନରୁଦ୍ଧାର ଓ ରାସ୍ତା ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟିତ୍ବ ଦିଆଯାଇଛି।
ଡ଼.ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ(ଗବେଷକ): କଟକ ତାଳଦଣ୍ଡା ଜେନାଲ ଓ ବନ୍ଧର ଉନ୍ନତିକରଣ ସହିତ ସୌନ୍ଦଯ୍ୟକରଣ ହୋଇପାରିଛି। ରାଜଧାନୀର ଜୀବନରେଖା ସାଜିଥିବା କାନପୁରଠାରୁ ଜନ୍ମ ନେଇଥିବା ବାରଙ୍ଗରୁ ଜଟଣା ପର୍ଯ୍ୟନ୍ତ ଲମ୍ବିଥିବା ୩୪କି.ମି. ବ୍ୟାପୀ ଦୟା ପଶ୍ଚିମ କେନାଲ ନର୍କ କୁଣ୍ଡରେ ପରିଣତ ହୋଇଛି, ଯାହାକି ଲୋକଙ୍କ କାମରେ ଆସୁନି।
ସରୋଜ ଦାସ( ସ୍ଥାନୀୟ ଅଧିବାସୀ): ରାଜଧାନୀର ଜୀବନରେଖା ସାଜିଥିବା ଏହି କେନାଲ ଏବେ ଡ୍ରେନରେ ପରିଣତ ହୋଇଛି। ଏହାର ଶଯ୍ୟା ନଷ୍ଟ ହୋଇଥିବାବେଳେ ଅନେକ ସ୍ଥାନରେ ଲୋକେ ପୋତି ବିଭିନ୍ନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।
ମୀନାକ୍ଷୀ ରାୟ(ସ୍ଥାନୀୟ ବାସିନ୍ଦା): ହାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇନାହିଁ। ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ରାସ୍ତାର ଭିଡ଼କୁ ହ୍ରାସ କରାଇବା ପାଇଁ କେନାଲ ବନ୍ଧର ଉନ୍ନତିକରଣ ବାରଙ୍ଗରୁ ଗ୍ୟାରେଜ ଛକ ପର୍ଯ୍ୟନ୍ତ ଅର୍ନିବାର୍ଜ୍ୟ ହୋଇପଡ଼ିଥିବା ପ୍ରସ୍ତାବ ସରକାରଙ୍କୁ ଦେଇଥିବାରୁ ଏତେ ଅନେକ କାର୍ଯ୍ୟ ଆଗେଇଛି।
ରଶ୍ମି ପରିଡ଼ା(ସ୍ଥାନୀୟ ବାସିନ୍ଦା): ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦ୍ୟମ କ୍ରମେ ସରକାର ଏହି କେନାଲର ପୁନରୁଦ୍ଧାର ପାଇଁ ଯୋଜନା କରୁଛନ୍ତି ରାସ୍ତାର ଉନ୍ନତିକରଣ କରାଯିବ ବୋଳି ଶୁଣାଯାଉଛି।
ଅର୍ଜୁନ ଦାସ(ସ୍ଥାନୀୟ ବାସିନ୍ଦା): ଦୟା ୱେଷ୍ଟ କେନାଲ ଡ୍ରେନ୍ରେ ପରିଣତ ହୋଇଥିବା ବେଳେ ମୃତ ପ୍ରାୟ ପଡ଼ିରହିଛି। ଏହାର ଇନ୍ନତିକରଣ କରାଯାଇ ପାରିଲେ ରାଜଧାନୀବାସୀ ବିଶେଷ ଉପକୃତ ହେବେ।
ବଲ୍ଲଭ ମହାପାତ୍ର(ପ୍ରାଚୀ ଜନସମ୍ପ ବିଭାଗ ଯନ୍ତ୍ରୀ): କେନାଲର ଉନ୍ନତିକରଣ ଏବଂ ରାସ୍ତାର ସୌନ୍ଦର୍ଯ୍ୟକରଣ ସହିତ ଗମନାଗମନ ଦୃଷ୍ଟିକୋଣରୁ ଅନେକ ଯୋଜନା କରାଯାଇ ଏହାର ପୁନରୁଦ୍ଧାର ଓ ନବୀକରଣ ପାଇଁ ପ୍ରସ୍ତାବ ରହିଛି। ସେହି ଅନୁସାରେ ବିଡିଏ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏହାର ଦାୟିତ୍ୱ ଦିଆଯାଇଥିବାବେଳେ ଡ଼ିଜାଇନିଂ ଶେଷ ହୋଇଛି।
Comments are closed.