ଲିବସ୍‍ କରିବ ସରକାରୀ ମାମଲାର ତଦାରଖ

0

ନୂଆଦିଲ୍ଲୀ: ସମଗ୍ର ଦେଶରେ ୩କୋଟିରୁ ଊଦ୍ଧ୍ୱର୍ ମାମଲା ଦୀର୍ଘ ଲମ୍ବିତ ପଡ଼ି ରହିଥିବାବେଳେ ଏଥିରେ ସରକାରୀ ମାମଲା ସର୍ବାଧିକ। ସରକାରୀ ମାମଲା ଗୁଡ଼ିକର ତ୍ୱରିତ ଶୁଣାଣି ଓ ପରିଚାଳନା କରିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜରେ ପରିଣତ ହେବାକୁ ଲାଗିଛି। ଏଭଳି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ମିଶନ ଏହି କାର୍ଯ୍ୟକୁ ତଦାରଖ କରିବାକୁ ନିଷ୍ପତ୍ତି ନେଇଛି। ଡିଜିଟାଲ ଇଣ୍ଡିଆ ଅର୍ନ୍ତଗତ ଲିଗାଲ ଇନଫରମେସନ ଆଣ୍ଡ ବ୍ରିଫିଂ ସିଷ୍ଟମ(ଲିବସ୍‍) ଦ୍ୱାରା ସରକାରୀ ମାମଲାଗୁଡ଼ିକ ଉପରେ ୨୪ଘଣ୍ଟା ପରିଚାଳନା କରିବା କାର୍ଯ୍ୟ ଆରମ୍ଭ ହୋଇଛି। କେଉଁ ମାମଲା କେଉଁ ଅଦାଲତରେ କେତେ ଦିନ ଧରି ବିଚାରାଧୀନ ରହିଛି ଓ ଏହାକୁ କି ପ୍ରକାର ଶୀଘ୍ର ଶୁଣାଣି କରାଯାଇ ପାରିବ ଏସବୁ ଅନଲାଇନ ଦ୍ୱାରା ଲିବସ୍‍ ଦ୍ୱାରା ପରିଚାଳନା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ସାମିଲ କରାଯାଇଛି। ଆଇନ ମନ୍ତ୍ରଣାଳୟର ବିଧି ସଚିବ ସୁରେଶ ଚନ୍ଦ୍ରା ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

kalyan agarbati
Leave A Reply