ଜାମ୍ମୁ-କାଶ୍ମୀର ସମ୍ବନ୍ଧୀୟ ଜାତିସଂଘ ରିପୋର୍ଟକୁ ଭାରତର ଦୃଢ ବିରୋଧ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସମ୍ବନ୍ଧରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟକୁ ଭାରତ ସୋମବାର ଦୃଢ ବିରୋଧ କରିଛି। ଏହା କାଶ୍ମୀର ସମ୍ବନ୍ଧରେ ଜାତିସଂଘ ପୂର୍ବରୁ ଦେଇଥିବା ରିପୋର୍ଟର ଏକ ପୁନରାବୃତ୍ତି। ଏଥିରେ ପାକିସ୍ତାନର ସୀମାପାର ଆତଙ୍କବାଦକୁ ଉପେକ୍ଷା କରାଯାଇଥିବା ବେଳେ ମିଥ୍ୟା ତଥ୍ୟ ପୁନଃ ପ୍ରକାଶ କରାଯାଇଛି ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଦର୍ଶାଇଛନ୍ତି।

prayash

ଜାତିସଂଘ ମାନବ ଅଧିକାର ଉଚ୍ଚାୟୁକ୍ତ (ୟୁଏଚସିଏଚଆର) ପକ୍ଷରୁ ଗତବର୍ଷ କାଶ୍ମୀର ସମ୍ବନ୍ଧରେ ପ୍ରଥମ ରିପୋର୍ଟ ପ୍ରକାଶ କରାଯାଇଥିଲା। ଏହି ଅଞ୍ଚଳର ବିଭିନ୍ନ ପ୍ରସଙ୍ଗର ସମାଧାନ ଦିଗରେ ଭାରତ କିମ୍ବା ପାକିସ୍ତାନ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ସେଥିରେ କୁହାଯାଇଥିଲା। ସୋମବାର ପ୍ରକାଶିତ ସଦ୍ୟ ରିପୋର୍ଟରେ ମଧ୍ୟ ସମାନ କଥା ଉଲ୍ଲେଖ ଥିବାରୁ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

kalyan agarbati

Comments are closed.