www.samajalive.in
Monday, December 15, 2025
24.1 C
Bhubaneswar

ହେଉନି ବୈଷୟିକ ଶିକ୍ଷାନୁଷ୍ଠାନ ଅଧ୍ୟାପକଙ୍କ ପଦୋନ୍ନତି, ଏଆଇସିଟିଇ ନିୟମ ଅନୁସାରେ ନିଆଯାଉ ପଦକ୍ଷେପ

ଭୁବନେଶ୍ଵର : ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ଦୀର୍ଘ ବର୍ଷ ହେଲା ପଦୋନ୍ନତି ହୋଇନାହିଁ। ଏଆଇସିଟିଇ ନିୟମ ଅନୁସାରେ  ପ୍ରତି ୫ ବର୍ଷରେ ପଦୋନ୍ନତି ପାଇଁ ନିୟମ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ। ଫଳରେ ବୈଷୟିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଅନେକ ଅଧ୍ୟାପକମାନେ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ରାଜ୍ୟ ସରକାର ଏଆଇସିଟିଇ ନିୟମାନୁସାରେ ପଦୋନ୍ନତି ଦେବା ପାଇଁ ପଦକ୍ଷେପ ନେବାକୁ ଅନେକ ଅଧ୍ୟାପକ ଦାବି କରିଛନ୍ତି।

ରାଜ୍ୟରେ ଥିବା ବୈଷୟିକ ଅନୁଷ୍ଠାନ ଗୁଡିକରେ ଥିବା ଅଧ୍ୟାପକମାନଙ୍କ ପାଇଁ ସର୍ବଭାରତୀୟ ସ୍ତରରେ ଥିବା ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଗୋଟିଏ ସ୍ତରରୁ ଅନ୍ୟ ସ୍ତରକୁ ଯିବା ପାଇଁ ନିୟମ କରିଛନ୍ତି। କିନ୍ତୁ କିଛି ସ୍ୱାର୍ଥପର ଲୋକ ଯେଉଁମାନେ ବିଭିନ୍ନ ସମୟରେ ନିଜର କାମ କରି ସାରିଛନ୍ତି,ସେମାନେ ଅନ୍ୟମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି।

- Advertisement -

ଏଆଇସିଟିଇର ୨୦୧୨ ନିୟମ ଅନୁସାରେ ଜଣେ ଅଧ୍ୟାପକ ନିଯୁକ୍ତି ପାଇବାର ୫ ବର୍ଷ ପରେ ୬୦୦୦ ରୁ ୭୦୦୦ ଗ୍ରେଡ୍ ପେ’କୁ ଯିବେ। ସେହିପରି ୧୦ ବର୍ଷ ପରେ ୭୦୦୦ ରୁ ୮୦୦୦ ଏବଂ ୧୫ ବର୍ଷ ପରେ ୮୦୦୦ ରୁ ୯୦୦୦ ଗ୍ରେଡ ପେ’କୁ ଯିବେ। ଏହି ଅନୁସାରେ ରାଜ୍ୟରେ ଥିବା ବୈଷୟିକ ଅନୁଷ୍ଠାନ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ (ଓୟୁଟିଆର)ର  ୪ଜଣ ଅଧ୍ୟାପକ ବର୍ତ୍ତମାନ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି। ସେହିପରି ଆଇଜିଆଇଟି, ସାରଙ୍ଗ, ପିଏମଇସି ଏବଂ ଭିସୁଟରେ ଅନେକ ଅଧ୍ୟାପକରୁ ପ୍ରାଧ୍ୟାପକ ହୋଇଛନ୍ତି।

କିନ୍ତୁ ପରିତାପର ବିଷୟ କିଛି ପ୍ରାଧ୍ୟାପକ ଅନ୍ୟମାନଙ୍କୁ ହଇରାଣ କରିବା ପାଇଁ ସରକାରଙ୍କୁ ବିଭ୍ରାନ୍ତି କାର ତଥ୍ୟ ଦେଉଛନ୍ତି। ସେହିମାନଙ୍କ ମଧ୍ୟରେ ଜଣେ ପ୍ରାଧ୍ୟାପକ କିଛିଦିନ ବାହାରକୁ ଚାଲିଯାଇଥିଲେ, ସେଠାରୁ ଫେରିବା ପରେ ଏକ ବଡ଼ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେହିପରି ଅନ୍ୟଜଣେ କିଛି ବର୍ଷ କୁଳପତି ଭାବେ କାମ କରିବା ପରେ ଏକ ବେସରକାରୀ ବିଶ୍ବିବିଦ୍ୟାଳୟରେ ଯୋଗଦେଇଛନ୍ତି। ତେଣୁ ଏହି ସମସ୍ୟାକୁ ଗୁରୁତ୍ବ ଦେବା ସହ କେଉ ନିୟମରେ ଅଧ୍ୟାପକମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ଦରକାର ବୋଲି ଅନେକ ଅଧ୍ୟାପକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ଦୃଷ୍ଟି ରଖିବାକୁ ସେମାନେ ଅନୁରୋଧ କରିଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories