www.samajalive.in
Sunday, December 7, 2025
14.1 C
Bhubaneswar

ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମାଲିକଙ୍କ ନିବେଦନ- ଗୁଜବକୁ ଧ୍ୟାନ ଦିଅନି, ଶାନ୍ତି ବଜାୟ ରଖ

ଶ୍ରୀନଗର : ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ତତ୍କାଳ ଘାଟି ଛାଡ଼ିବାକୁ କେନ୍ଦ୍ର ସରକାର ପରାମର୍ଶ ଦେବା ପରେ ଜାମ୍ମୁ କାଶ୍ମୀରରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜ୍ୟପାଳ ସତ୍ୟପାଳ ମାଲିକ ସମସ୍ତ ରାଜନୈତିକ ଦଳ ଏବଂ ଲୋକଙ୍କୁ ଗୁଜବକୁ ଧ୍ୟାନ ନଦେଇ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।

ସରକାରଙ୍କ ପରାମର୍ଶବଳୀ ଜାରି ସହ ଘାଟିରେ ଦ୍ରୁତଗତିରେ ରାଜନୈତିକ ସମୀକରଣ ବଦଳିଛି। ଜାମ୍ମୁ କାଶ୍ମୀର ସମସ୍ତ ରାଜନୈତିକ ଦଳ ଏକତା ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି। ନ୍ୟାସନାଲ କନଫ୍ରେନ୍ସଙ୍କୁ ଛାଡ଼ି ଅନ୍ୟ ଦଳର ନେତାମାନେ ଶୁକ୍ରବାର ରାତିରେ ରାଜଭବନ ପହଞ୍ଚିଥିଲେ। ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି, ଶାହ ଫୈଜଲ, ସଜ୍ଜାଦ ଲୋନ, ଇମ୍ରାନ ରାଜା ଅନ୍ସାରୀ ପ୍ରମୁଖ ରାଜ୍ୟପାଳ ଶ୍ରୀ ମାଲିକଙ୍କୁ ଭେଟି ଘଟଣାକ୍ରମ ଏବଂ ଗୃହବିଭାଗ ଦ୍ୱାରା ଜାରି ପରାମର୍ଶବଳୀରୁ ଘାଟିରେ ସୃଷ୍ଟି ଭୟର ବାତାବରଣ ବିଷୟରେ ଅବଗତ କରାଇଥିଲେ। ରାଜ୍ୟପାଳ ନେତାଙ୍କୁ କହିଥିଲେ ଯେ ଅମରନାଥ ଯାତ୍ରୀଙ୍କ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିଥିଲା। ତେଣୁ ପ୍ରତିଷେଧକ ସ୍ୱରୁପ ଏହି ପଦକ୍ଷେପ ନିଆଯାଇଛି। ଗୁଜବକୁ ଧ୍ୟାନ ନଦେଇ ଶାନ୍ତି ବଜାୟ ରଖିନ୍ତୁ ।
ପ୍ରକାଶ ଯେ ୧୫ତମ କୋର କମାଣ୍ଡର ଏବଂ ଜାମ୍ମୁ କାଶ୍ମୀର ଡିଜିପି ଶୁକ୍ରବାର ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ କରି ରାଇଫଲ, ଆଇଆଇଡି, ଲ୍ୟାଣ୍ଡମାଇନ ଏବଂ ଅନ୍ୟ ଗୋଳାବାରୁଦ ଜବତ ହୋଇଥିବାର ସୂଚନା ଦେଇଥିଲେ। ଏଥିପାଇଁ ସରକାରଙ୍କୁ ପରାମର୍ଶବଳୀ ଜାରି କରିବାକୁ ପଡିଛି। ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ତୁରନ୍ତ ଜାମ୍ମୁ କାଶ୍ମୀର ଛାଡ଼ି ଚାଲିଯିବାକୁ କୁହାଯାଇଛି। ନାଗରିକଙ୍କ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେଣୁ ଏହାକୁ ଅନ୍ୟ ପ୍ରସଙ୍ଗରେ ଯୋଡ଼ି ଗୁଜବ ସୃଷ୍ଟି ନକରିବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ପରାମର୍ଶବଳୀ ଜାରି ହେବା ପରେ ପିଡିପି ନେତ୍ରୀ ମେହବୁବା ମୁଫତି ଶୁକ୍ରବାର ରାତିରେ ନ୍ୟାସନାଲ କନଫ୍ରେନ୍ସ ନେତା ଫାରକୁ ଅବଦୁଲ୍ଲାଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories