ଲକ୍ଷ୍ମୀପୁରରେ ରଥଯାତ୍ରା

ଲକ୍ଷ୍ମୀପୁର : ଲକ୍ଷ୍ମୀପୁରରେ ଶ୍ରୀ ଗୁଣ୍ଡିଚା ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଠାକୁରଙ୍କ ମଙ୍ଗଳ ଆଳତୀ ଠାରୁ ଆରମ୍ଭ କରି ମଇଲମ, ସୁର୍ୟ୍ୟ ପୂଜା ସହିତ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର ରଥ ଉପରେ ଛେରାପହଁରା କରିଥିଲେ। ବର୍ଷ ତମାମ୍ ଠାକୁରଙ୍କ ସେବା କରୁଥିବା ଏବଂ ରଥ ନିର୍ମାଣ କାର୍ୟ୍ୟ କରୁଥିବା ବିଶ୍ବକର୍ମା ମହାରଣାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପରେ ରଥ ଟଣା ଆରମ୍ଭ ହୋଇଥିଲା । ପୁରପଲ୍ଲୀରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ସମ୍ମୁଖରେ ସଂକୀର୍ତ୍ତନ ମଣ୍ଡଳୀ ହରିନାମ ଗାନକରି ଯାଉଥିଲେ। ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ୬ଟା ପରେ ରଥ ମାଉସୀ ମାଁ ମନ୍ଦିରରେ ପହଞ୍ଚିଥିଲା। ପୁଲିସ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

kalyan agarbati

Comments are closed.