www.samajalive.in
Sunday, December 7, 2025
26.1 C
Bhubaneswar

ବଦଳିବେ କି ଈଶ୍ବର? ବିଜେଡିର ନୂଆ ଜିଲା ସଭାପତି ନେଇ କଳ୍ପନା ଜଳ୍ପନା

ଲକ୍ଷ୍ମୀପୁର: କୋରାପୁଟ ଜିଲା ବିଜୁ ଜନତା ଦଳର ସଭାପତି ଥିବା ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ଇତି ମଧ୍ୟରେ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ବର୍ଷ ହେଲା ସେ କୋରାପୁଟ ଜିଲା ବିଜୁ ଜନତା ଦଳର ସଭାପତି ଦାୟିତ୍ବରେ ରହି ଆସିଥିଲେ। ତେବେ ଶ୍ରୀ ପାଣିଗ୍ରାହୀ କେସିସିବି ସଭାପତି ହେବାପରେ ଜିଲାର ଦଳୀୟ ସଭାପତି କାହାକୁ କରାଯାଉଛି ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।

ପୂର୍ବରୁ ରବି ନାରାୟଣ ନନ୍ଦଙ୍କ ସମେତ ଜୟରାମ ପାଙ୍ଗି, ଝିନ ହିକକାଙ୍କ ସମେତ ଈଶ୍ବର ପାଣିଗ୍ରାହୀ ବିଜୁ ଜନତା ଦଳର ସଭାପତି ପଦରେ ଆସୀନ ହୋଇ ଆସିଛନ୍ତି। ବର୍ତ୍ତମାନ ଜୟରାମ ପାଙ୍ଗି ଆଉ ଦଳରେ ନାହାନ୍ତି। ସେହିପରି ରବି ନାରାୟଣ ନନ୍ଦ ମଧ୍ୟ ରାଜନୀତିରେ ସକ୍ରିୟ ଥିବା ଦେଖିବାକୁ ମିଳୁନାହିଁ। ସଭାପତି ଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଦଳର ସୁପ୍ରିମୋ କେସିସିବି ସଭାପତି ପଦବୀରେ ଥଇଥାନ କରିଛନ୍ତି। ଏହି ପଦବୀ ପାଇଁ ଦୁଇ ଜଣ ଆଶାୟୀ ଥଲେ। ରବି ନାରାୟଣ ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ, ଯିଏକି କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଥିଲେ ସେ ଓ ଈଶ୍ବର ପାଣିଗ୍ରାହୀ ଦୁହେଁ ଏହି ପଦବୀ ପାଇଁ ଦାବୀଦାର ଥିବା ବେଳେ ପାଣିଗ୍ରାହୀଙ୍କ ନାମରେ ଉପରୁ ମୋହର ବାଜିଥିଲା।

- Advertisement -

ଯେଉଁଥିପାଇଁ ବିନା ଦ୍ବିଧାରେ ଇନ୍ଦିରା ନନ୍ଦ ଏଥିରୁ ଓହରି ଯାଇଥିଲେ। ୨୦୨୪ ରେ ହେବାକୁ ଅଛି ସାଧାରଣ ନିର୍ବାଚନ। ଏଥିପାଇଁ ଜିଲା ସଭାପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜିଲାରେ ରହିଛି ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ। ଏଥି ମଧ୍ୟରେ ବର୍ତ୍ତମାନ ଜିଲାରେ ଏକମାତ୍ର ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀଟି କଂଗ୍ରେସର ରହିଛି ଅନ୍ୟ ସମସ୍ତ କୋଟପାଡ଼, କୋରାପୁଟ, ପଟ୍ଟାଙ୍ଗୀ ଓ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିଧାୟକମାନେ ରହିଛନ୍ତି।

ଯେହେତୁ ଆଗକୁ ସାଧାରଣ ନିର୍ବାଚନ ରହିଛି ସଂଗଠନକୁ ସୁଦୃଢ କରିବା ସହିତ କର୍ମୀମାନଙ୍କୁ ଏକଜୁଟ କରି କିପରି ନିର୍ବାଚନ ବୈତରଣୀ ପାର କରିହେବ, ସେଭଳି ଜଣେ ନିର୍ବିବାଦୀୟ ନେତାଙ୍କୁ ସଭାପତି ଭାବେ ଅବସ୍ଥାପିତ ପାଇଁ ଦଳର ଉପର ସ୍ତରର ନେତାମାନେ ଚେଷ୍ଟା ଚଳାଇଛନ୍ତି। ଏପରିକି ଶୁଣିବାକୁ ମିଳୁଛି ଗୁଇନ୍ଦା ତଥ୍ୟ ଆଧାରକୁ ମଧ୍ୟ ଏଥିପାଇଁ ଗୁରୁତ୍ବ ଦିଆଯାଇପାରେ ବୋଲି। ତେବେ କିଏ କୋରାପୁଟ ଜିଲା ବିଜୁ ଜନତା ଦଳର ସଭାପତି ହେଉଛନ୍ତି ତାହା ଅଳ୍ପ ଦିନ ମଧ୍ୟରେ ଜଣା ପଡିଯିବ ବୋଲି ଶୁଣିବାକୁ ମିଳୁଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories