ଆସନ୍ତୁ ଜାଣିବା କଣ କଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ
ଧନଦାତ୍ରୀ ମାତା ଲକ୍ଷ୍ମୀଙ୍କ ହେଉଛନ୍ତି ଧନର ଦେବୀ। ଯାହାଙ୍କ କୃପା ବିନା ମନୁଷ୍ୟର କୌଣସି ଅସ୍ଥିତ୍ୱ ନାହିଁ। ଅର୍ଥାତ୍ ଧନ ଲାଭ ନିମନ୍ତେ ମା’ ଲକ୍ଷ୍ମୀଙ୍କ କୃପା ନିତାନ୍ତ ଆବଶ୍ୟକ। ସେଭଳି ବହୁ ଶାସ୍ତ୍ରରେ ଉଲ୍ଲେଖ ରହିଛି କଣ କଲେ ଧନ ପ୍ରାପ୍ତି ହୋଇଥାଏ। ଆସନ୍ତୁ ସେଭଳି ନିୟମ ବିଷୟରେ ଅବଗତ ହେବା।
ସକାଳ ଓ ସନ୍ଧ୍ୟାରେ ପୂଜା ସମୟରେ ଘଣ୍ଟି ବଜାଇଲେ ମା’ ଲକ୍ଷ୍ମୀ ଅତ୍ୟନ୍ତ ଖୁସି ହୋଇଥାନ୍ତି। ଏଥିହେତୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଧନର ବୃଦ୍ଧି ହୋଇଥାଏ ।
ଗାଈଙ୍କୁ ଗୋ ମାତା ବୋଲି କୁହାଯାଇଥାଏ। ଗୋମୂତ୍ରକୁ ଘରେ ଛିଞ୍ଚିଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ। ଈଶ୍ୱରଙ୍କ କୃପା ସର୍ବଦା ରହିଥାଏ।
ପୂଜା ଘର ଠାରୁ ଝାଡ଼ୁ ଅଲଗା ରହିବା ଆବଶ୍ୟକ। ଯେଉଁ ବସ୍ତ୍ର ପିନ୍ଧି ସଫା କରୁଥିବେ ସେହି ବସ୍ତ୍ରରେ ଠାକୁର ପୂଜା କରିବା ଉଚିତ।
ଘରକୁ ପ୍ରବେଶ ଦ୍ୱାର ନିକଟରେ ଠାକୁର ଘର ରହିବା ଉଚିତ୍ ନୁହେଁ।
ଠାକୁର ଘର ସର୍ବଦା ପଶ୍ଚିମ ପଟେ ରହିଲେ ଏହାର ମୁହଁ ପୂର୍ବ ଦିଗକୁ ରହିଥାଏ। ଏହା ଅତ୍ୟନ୍ତ ଶୁଭ ଫଳ ଦିଏ ଓ ଧନର ଅଭାବ ହୋଇ ନଥାଏ।
ଘରର ଯେଉଁଠି ଠାକୁର ଘର ଥିବ ସେଠାରେ ସୂର୍ଯ୍ୟ କିରଣ ପଡ଼ିବା ଆବଶ୍ୟକ। ଏହା ଦ୍ୱାରା ଘର ଠାରୁ ନକାରାତ୍ମକ ଶକ୍ତି ଦୂର ହୋଇ ରହିଥାଏ।
ଘରର ଅଗଣାରେ ଚଉରା ରହିଲେ ଓ ନିୟମିତ ପାଣି ଦେଲେ ମା’ ଳକ୍ଷ୍ମୀ ଓ ବିଷ୍ଣୁଙ୍କ ସର୍ବଦା କୃପା ରହିଥାଏ। ଧନ ସମ୍ପତ୍ତିର ଅଭାବ ରହେ ନାହିଁ।